୪ ସନ୍ଦିଗ୍ଧକୁ ଉଠାଇ ନେଲା ପୁଲିସ

 ବିଞ୍ଝାରପୁର :  ବିଞ୍ଝାରପୁର ଥାନା ଅଧୀନରେ ଧଳା ଜହର ଅର୍ଥାତ ଡ୍ରଗ କାରବାର ବୃଦ୍ଧିକୁ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଏଭଳିକି ବିଞ୍ଝାରପୁର ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନାଧିକାରୀ ରଂଜନ ମଲ୍ଲିକଙ୍କୁ ଭେଟି ବିଞ୍ଝାରପୁର ଅଞ୍ଚଳର ବୁଦ୍ଧିଜୀବୀ ଏଥିରେ ବ୍ରେକ୍ ଦେବାକୁ ଅନୁରୋଧ କରିଥିଲେ । ଥାନା ଅଧିକାରୀ ରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ବିଭିନ୍ନ ସ୍ଥାନରେ ଡ୍ରଗସ୍ ପାଇଁ ପଇଁତରା ମାରୁଥିବା ବେଳେ ବିଞ୍ଝାରପୁରର ଏକ ସର୍ଭିଶିଂ ସେଣ୍ଟର୍ ନିକଟରୁ ୪ଜଣ ଯୁବକଙ୍କୁ ଉଠାଇ ଆଣିଛି । ତେବେ ଡ୍ରଗସ୍ କାରବାରରେ ସଂପୃକ୍ତ ଥିବା ସନେ୍ଦହରେ ଉଠାଇ ଆଣିଥିବା ସୂଚନା ଦେଇଛନ୍ତି ବିଞ୍ଝାରପୁର ଥାନା ଅଧିକାରୀ । ଚାରି ଜଣ ଯୁବକଙ୍କ ସମେତ ଏକ ବାଇକ୍ ମଧ୍ୟ ଜବତ କରାଯାଇଛି । ତେବେ ଯୁବକଙ୍କ ମଧ୍ୟରେ ଦୁଇଜଣ ସୟଦପୁର ଅଂଚଳର ହୋଇଥିବା ବେଳେ ଦୁଇ ଜଣ ସିଂହପୁର ଅଞ୍ଚଳର ବୋଲି ଜଣାପଡିଛି ।