ସ୍ମାର୍ଟ ମିଟର ବିରୁଦ୍ଧରେ ପ୍ରତିବାଦ 

 କବାଟବନ୍ଧ : ଧର୍ମଶାଳା ବ୍ଲକ ଅଲ୍ ଇଣ୍ଡିଆ କିଷାନ କ୍ଷେତମଜଦୁର ସଂଗଠନ କମିଟି ପକ୍ଷରୁ କୁଆଖିଆ ବିଦୁ୍ୟତ୍ ଡିଭିଜନ କବାଟବନ୍ଧ ସେକ୍ସନର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ସାହୁଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଟାଟା କମ୍ପାନୀ ଗରିବ ବିଦୁ୍ୟତ୍ ଉପଭୋକ୍ତାଙ୍କୁ ମନଇଛା ଲୁଟିବା ଓ ଶୋଷଣ କରିବା ବିରୋଧରେ ତଥା ବିଦୁ୍ୟତ୍ ବିଲ୍ ଦରବୃଦ୍ଧି ବନ୍ଦ, ଘନଘନ ବିଦୁ୍ୟତ୍ କାଟ୍ ବନ୍ଦ, ସ୍ମାର୍ଟ ମିଟର ଲଗାଇବା ବନ୍ଦ କରିବା ଦାବିରେ ଏକ ଦାବିପତ୍ର ଦିଆଯାଇଥିଲା । ଏହା ସହିତ କମ୍ପାନୀ କର୍ତୃପକ୍ଷ ଯଦି ସ୍ମାର୍ଟ ମିଟର ଲଗାଇବାରୁ ବିରତ ନହୁଅନ୍ତି ତା ହାଲେ ଆଗାମୀ ଦିନରେ ଦୁର୍ବାର ଗଣଆନେ୍ଦାଳର ହେବାର ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ରାଜ୍ୟ ଉପସଭାପତି ଚୈତନ୍ୟ ସାହୁ, ବ୍ଲକ କମିଟି ସମ୍ପାଦକ ନାରାୟଣ ପରିଡା, ସଭାପତି ପବିତ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।