ଟ୍ରକ ଧକ୍କାରେ ଚାଷୀ ମୃତ

 ଦେବଗଡ଼  : ଦେବଗଡ ଥାନା ଅନ୍ତର୍ଗତ କଳାମାଟି ବସଷ୍ଟପ ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଆଜି ସକାଳୁ ଏକ ଅଜଣା ଟ୍ରକ ଧକ୍କାରେ ଜଣେ ବ୍ୟକ୍ତିଙ୍କ ସହିତ ୨ ବଳଦର ମୃତୁ୍ୟ ଘଟିଛି  । ମୃତକ ବଣିଆକିଲିଣ୍ଡା ଗ୍ରାମପଂଚାୟତ କୁଡାପଡା ଗ୍ରାମର ସମ୍ବାରୁ ମୁଣ୍ଡା (୫୫) ବୋଲି ଜଣାପଡିଛି  । ଆଜି ସକାଳୁ ସମ୍ବାରୁ ଜୁଆଳି ଲଗାଇ ଦୁଇ ବଳଦ ସହିତ ଚାଷ ଜମି ହଳ କରିବାକୁ ଯାଉଥିଲେ  । କଳାମାଟି ବସଷ୍ଟପ ନିକଟରେ ଜାତୀୟ ରାଜପଥର ଗୋଟିଏ ପାଶ୍ୱର୍ରୁ ଅନ୍ୟ ପାଶ୍ୱର୍କୁ ଅତିକ୍ରମ କରୁଥିବା ବେଳେ ବାରକୋଟ ପଟୁ ଦେବଗଡ ଅଭିମୁଖେ ଦୃତ ଗତୀରେ ଆସୁଥିବା ଏକ ଟ୍ରକ ଧକ୍କା ଦେଇ ଫେରାର ମାରିଥିଲା  । ଘଟଣାସ୍ଥଳରେ ଦୁଇ ବଳଦର ମୃତୁ୍ୟ ଘଟିଥିବା ବେଳେ ସମ୍ବାରୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକ ଦେବଗଡ ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ଆଜି ସକାଳ ପ୍ରାୟ ୭ ଟାରେ ପଠାଇଥିଲେ  । ମାତ୍ର ଡାକ୍ତର ସମ୍ବାରୁଙ୍କୁ ମୃତ ଘୋଷଣା କରିଥିଲେ  । ଏନେଇ ଦେବଗଡ ଥାନା ପୁଲିସ  ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହିତ ଡାକ୍ତରଖାନାରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବାସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି  ।