୫ ହଜାର ଜୋରିମାନା ଚିନ୍ତାରେ ଚାଲିଗଲା ଜୀବନ

 ଚାନ୍ଦବାଲି  : ଆରଡି ଫାଣ୍ଡି ଅଧିନସ୍ଥ ନାନ୍ଦପୁର ଗାଁରେ ଏବେବି ଚାଲିଛି କଙ୍ଗାରୁ କୋର୍ଟ । ଗାଁରେ ଜାତିଆଣ  ବିବାଦ ଯୋଗୁ  ଜୋରିମାନା ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ  ଚାଲିଗଲା ଜଣେ ନିରୀହ ଲୋକର ଜୀବନ ।  ଅଭିଯୋଗ ଅନୁଯାୟୀ ନାନ୍ଦପୁର ଗାଁରେ କିଛି ମାସ ହେଲା ଦୁଇସାହି ମଧ୍ୟରେ ଜାତିଆଣ ବିବାଦ ଲାଗି ରହିଛି । ହେଲେ ଗତ ସୋମବାର ଦିନ ବିଶ୍ୱନାଥ ଦାଶ ନାମକ ବ୍ୟକ୍ତି ଅନ୍ୟ  ସାହିର ଟ୍ରାକ୍ଟରରେ ବିଲ ହଳ କରିଥିବାରୁ ନିଜ ସାହିର କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ବୈଠକ ଡାକି  ବିଶ୍ୱନାଥକୁ ତାଗିଦ କରିବା ସହ ପାଞ୍ଚ ହଜାର(୫୦୦୦) ଟଙ୍କା ଜୋରିମନା ଦେବାକୁ ନିଷ୍ପତ୍ତି କରିଥିଲେ ।  ଟଙ୍କା ନଦେଲେ ଏକ ଘରିଆ କରିବାକୁ ଧମକ ଦେଇଥିଲେ ଏହି କଥା ଚିନ୍ତା କରି ବିଶ୍ୱନାଥଙ୍କର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ କଟକ ମେଡିକାଲକୁ ନିଆଯାଇଥିଲା ସେଠାରେ ତାଙ୍କର ମୃତୁ୍ୟ ଘଟିଛି  ବିଶ୍ୱନାଥର ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ବିଶ୍ୱନାଥଙ୍କର ସ୍ତ୍ରୀ ସମେତ ୫ଝିଅ ବେସାହାରା ହୋଇ ପଡୀଛନ୍ତି । ଏଭଳି ଘଟଣା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି