ବଜ୍ରପାତରେ ୧ ମୃତୁ୍ୟ 

 ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଷଡ଼ଙ୍ଗୀ ଗ୍ରାମର ଜଣେ ବ୍ୟକ୍ତିଙ୍କର  ବଜ୍ରପାତରେ ମୃତୁ୍ୟ ହୋଇଥିବା ଜଣାଯାଇଛି  । ଗଁଦିଆ ପୁଲିସ ସୂଚନା ଅନୁଯାୟୀ ଷଡ଼ଙ୍ଗୀ ଗ୍ରାମର ଶ୍ରୀକାନ୍ତ  ବେହେରା ୬୩ବର୍ଷ ଗତକାଲି ଦିନ ମଧ୍ୟାହ୍ନ ସମୟରୁ ନିଜର ଘରୁ ବାହାରି ଯାଇଥିଲେ ଓ ରାତି  ସୁଦ୍ଧା ଘରକୁ ଫେରିନଥିଲେ  । ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ  ରାତିରେ ଖୋଜାଖୋଜି କରିଥିଲେ ସୁଦ୍ଧା ପାଇନଥିଲେ  । ରବିବାର ତାଙ୍କର ମୃତ ଦେହ ବରଦା ଗ୍ରାମ ପଂଚାୟତ ପଛ ପାଖରେ ଥିବା କାଜୁ ପଡିଆରେ ପଡିଥିବାର ଦେଖିବାକୁ ମିଳିଥିଲା  ।  ଖବର ପାଇ ଗଁଦିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ମୃତ ଦେହକୁ ଜବତ କରିବା ସହିତ ପରିବାର ସଦସ୍ୟ ଙ୍କୁ ଅବଗତ କରି କେସ ନଂ ୧୭ରେ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିସôା କେନ୍ଦ୍ରକୁ ପଠାଇଛି  । ଗତକାଲି ସନ୍ଧ୍ୟାରେ ବର୍ଷା ପବନ ସାଙ୍ଗକୁ ବ୍ରଜପାତ ହୋଇଥିଲା ଉକ୍ତ ବ୍ରଜପାତରେ ତାଙ୍କର ମୃତୁ୍ୟ ହୋଇଥିବା ପୁଲିସ ସୂଚନା ଦେଇଛି  ।