୨୫ରୁ କାକଟପୁର ଟି-୨୦ କ୍ରିକେଟ୍
କାକଟପୁର : ପ୍ରତିବର୍ଷ ଭଳି ଚଳିତ ବର୍ଷ ପୁରୀଜିଲ୍ଲା କାକଟପୁରର ମା' ମଙ୍ଗଳା ମିନି ଷ୍ଟାଡିୟମରେ ମା' ମଙ୍ଗଳା ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଯାଉଛି ୨ୟ ବାର୍ଷିକୀ ଜିଲ୍ଲାସ୍ତରୀୟ ତୁଷାରକାନ୍ତି ମହାନ୍ତି ସ୍ମାରକୀ ଟି-୨୦ କାକଟପୁର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏଥିପାଇଁ ରବିବାର ଦିନ ଆୟୋଜକ କ୍ଲବ ପକ୍ଷରୁ ଏକ ପ୍ରେସମିଟ୍ କରି ସୂଚନା ଦିଆଯାଇଛି । ଆସନ୍ତା ଏପ୍ରିଲ ୨୫ ତାରିଖରେ ଉଦ୍ଘାଟିତ ହୋଇ ମେ ୪ ତାରିଖରେ ଉଦ୍ୟାପିତ ହେବ ବୋଲି କ୍ଲବର ସଭାପତି ଟୁଲୁ ଗୋଛାୟତ ପ୍ରକାଶ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଭାଗ ନେବାକୁ ଥିବାବେଳେ ଚାମ୍ପିଅନ ଦଳକୁ ୨୦ ହଜାର ଟଙ୍କା ଏବଂ ରନର୍ସ ଦଳକୁ ୧୫ ହଜାର ଟଙ୍କା ପୁରସ୍କାର ରାଶି ଦିଆଯିବା ସହିତ ସମସ୍ତ ଖେଳାଳି ରଙ୍ଗୀନ ଡ୍ରେସ ପରିଧାନ କରି ହ୍ୱାଇଟ ଡିଉଜ ବଲରେ ଖେଳିବେ ବୋଲି ଆୟୋଜକ କ୍ଲବର ସମ୍ପାଦକ ଦୟାନିଧି ଗୋଛାୟତ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଆୟୋଜକ କ୍ଲବର ଉପଦେଷ୍ଟା କମଳ ଲୋଚନ ଦୀକ୍ଷିତ, ତୁଷାର ରଞ୍ଜନ ଦୀକ୍ଷିତ, ପ୍ରଦୀପ କୁମାର ପଣ୍ଡା, ପ୍ରେମାନନ୍ଦ ଗୋଛାୟତ, କ୍ରୀଡା ସମ୍ପାଦକ ଧିରେନ ଚାନ୍ଦ, ଶୁଭେନ୍ଦୁ ସେନାପତିଙ୍କ ସମେତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ । ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟକୁ ଉଚ୍ଚକୋଟୀର କରାଯିବ ବୋଲି କ୍ଲବର ସମସ୍ତ ସଦସ୍ୟମାନେ ସୂଚନା ଦେଇଛନ୍ତି ।