ସର୍ପାଘାତରେ ବାପ-ପୁଅ ମୃତ

ସର୍ପାଘାତରେ ବାପ-ପୁଅ ମୃତ

 ଭୁବନେଶ୍ୱର : ସାପ କାମୁଡ଼ାରେ ବାପା ଓ ପୁଅଙ୍କ ମୃତୁ୍ୟ ଘଟିଛି । ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ୍ର ବାଘଡା ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି  । ମୃତକ ଦ୍ୱୟ ହେଉଛନ୍ତି ହରେକୃଷ୍ଣ ମୁଖି (୩୫) ଓ ତାଙ୍କ ପୁଅ । ହରେକୃଷ୍ଣଙ୍କ ପୁଅକୁ ୫ ବର୍ଷ ହୋଇଥିଲା  । ବାଘଡା ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ହରେକୃଷ୍ଣ ଗତକାଲି ରାତିରେ ପୁଅ ସହିତ ଘରେ ଶୋଇଥିଲେ  । ତେବେ ଉଭୟଙ୍କୁ ସାପ କାମୁଡି ଦେଇଥିଲା । କିନ୍ତୁ ନିଦରେ ଥିବାରୁ କେହି ଜାଣିପାରିନଥିଲେ  । ରାତି ଅଧରେ ହରେକୃଷ୍ଣଙ୍କ ପୁଅ ବାନ୍ତି କରିଥିଲେ । ତେଣୁ ତାଙ୍କୁ ବାରିପଦା ମେଡିକାଲ କଲେଜ ଓ ହସପିଟାଲ ନିଆଯାଇଥିଲା । ତେବେ ସେତେବେଳକୁ ତାଙ୍କର ମୃତୁ୍ୟ ହୋଇସାରିଥିଲା । ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।ପୁଅକୁ ବାରିପଦା ମେଡିକାଲ କଲେଜ ଓ ହସ୍ପିଟାଲ ନେଇଥିବା ହରେକୃଷ୍ଣ ସେଠାରେ ଅସୁସ୍ଥ ହୋଇପଡିଥିଲେ । କିଛି ସମୟ ମଧ୍ୟରେ ତାଙ୍କର ମଧ୍ୟ ମୃତୁ୍ୟ ହୋଇଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ହରେକୃଷ୍ଣଙ୍କ ପୁଅ ବାନ୍ତି କରିବା ପରେ ଖଟ ତଳେ ପରିବାର ଲୋକେ ଏକ ବିଷାକ୍ତ ସାପକୁ ଦେଖିଥିଲେ । ତେଣୁ ପୁଅକୁ ସାପ କାମୁଡିଥିବ ବୋଲି ସନେ୍ଦହ କରି ସେମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଯାଇଥିଲେ ।