ଅବସର ପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ପରଲୋକ

 ଯାଜପୁର : ହିଙ୍ଗୁଳା ହାଇସ୍କୁଲ ଶଙ୍ଖଚିଲାର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ସାହୁ(୭୧)ଙ୍କ ଆଜି ଭୋର ସମୟରେ ପରଲୋକ ଘଟିଛି । ଗୋଡ଼ିପାଟଣା ଗ୍ରାମର ସ୍ୱର୍ଗତ ସାହୁ ସ୍ୱାସ୍ଥ୍ୟଗତ କାରଣରୁ ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲରେ ଚିକିସôିତ ହେଉଥିଲେ । ତାଙ୍କ ପରଲୋକ ଖବର ପ୍ରଚାରିତ ହୋଇଯିବା ଫଳରେ ସାରା ଶଙ୍ଖଚିଲାରେ ଶୋକର ଛାୟା ଖେଳି ଯାଇଥିଲା । ସେ ଜଣେ ଛାତ୍ର ବତ୍ସଳ ଅନୁଷ୍ଠାନ ପ୍ରେମୀ ଦରଦି ମଣିଷ ତଥା ସଂସ୍କାର ପୂର୍ଣ୍ଣ ଶିକ୍ଷକ ଏବଂ ସର୍ବୋପରି ଅଞ୍ଚଳର ବିଭିନ୍ନ ଅନୁଷ୍ଠାନର ଦାୟୀତ୍ୱ ନିର୍ବାହକ ଜଣେ ଆଗ ଧାଡ଼ିର କର୍ମ କର୍ତ୍ତା ଭାବେ ପରିଚିତ ଥିଲେ । ମୃତୁ୍ୟ ଶଯ୍ୟା ନିକଟରେ ଭାଇ ନାରାୟଣ, ରାମଚନ୍ଦ୍ର, ଗୋବିନ୍ଦ, ପୁଅ ଡାକ୍ତର ରାଧାରମଣ ଓ ଦିବ୍ୟ ଜୀବନ ସାହୁ, ଭଉଣୀ ଚଞ୍ଚଳା, କଲ୍ୟାଣୀ ଓ ପୁତ୍ର ବଧୁ ନାତି ନାତୁଣୀ ଝିଅ ଜ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ଶେଷ ଦର୍ଶନ ସ୍ୱରୂପ ମର ଶରୀରରେ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ, ପୁରାତନ ଛାତ୍ର ସଙ୍ଘ ଓ ହିଙ୍ଗୁଳା ହାଇସ୍କୁଲ ଏବଂ ସ୍ମାଇଲ ଫାଉଣ୍ଡେସନ ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ତାଙ୍କ ମର ଶରୀର ଶଙ୍ଖଚିଲା ହିଙ୍ଗୁଳା ମନ୍ଦିର ପାଖେ ପହଁଚିବା ପରେ ଶହଶହ ଅଂଚଳବାସୀ ମର ଶରୀରକୁ ପାଛୋଟି ଆଣି ଶଙ୍ଖଚିଲା ହିଙ୍ଗୁଳା ହାଇସ୍କୁଲ, ଶଙ୍ଖଚିଲା ବଜାର ଓ ଶଙ୍ଖଚିଲା ଗ୍ରାମ ସମୁହ ପରିକ୍ରମା କରି ଗାଁ ଶ୍ମଶାନ ଡାହାଣି ପଡିଆ ଠାରେ ସକôାର କରାଇଥିଲେ । କୋରେଇ ବ୍ଲକ୍ କଂଗ୍ରେସ କମିଟି ସଭାପତି ଅକ୍ଷୟ କୁମାର ଜେନା, ବିଜୁଜନତା ଦଳ ନେତା ଭବପ୍ରକାଶ ଦାସ, ଶିକ୍ଷାବିତ୍ ଆଲେକଜାଣ୍ଡାର ଦାସ୍, ଶିବଚରଣ ମାଝି, ସୂର୍ଯ୍ୟମଣି ଖୁଣ୍ଟିଆ, ଅରୁଣ କୁମାର ପରିଡା, ଅଶୋକ ପତି, ପୁରାତନ ଛାତ୍ର ସଙ୍ଘ ତରଫରୁ ରଘୁନାଥ ସାହୁ, ବିନୋଦ ବିହାରୀ ସାହୁ, ଶ୍ରୀଧର ଦାସ,ଅନନ୍ତ ଚରଣ ମଲିକ, ଗ୍ରାମ ମୁଖ୍ୟ ପ୍ରଭାତ ପଥାଳ, କୈଳାସ ଚନ୍ଦ୍ର ସାହୁ, ଅବସରପ୍ରାପ୍ତ କର୍ମଚାରୀ ସଙ୍ଘରୁ ନନ୍ଦ କିଶୋର ସାହୁ, କୈଳାସ ପଣ୍ଡା, ହିଙ୍ଗୁଳା ହାଇସ୍କୁଲର ପ୍ରାଧନ ଶିକ୍ଷକ ଅଭିଜିତ ବାରିକ୍ ଓ ଶିକ୍ଷକ ବୃନ୍ଦ ସମସ୍ତ ଛାତ୍ରଛାତ୍ରୀ,ଯୁବ ନେତା ସନ୍ତୋଷ ମହାକୁଡ଼, ପଦ୍ମନାଭ ପାଢ଼ୀ, ବିଜେଡି ନେତା ପ୍ରତାପ ମହାନ୍ତି, ତାରକ ମହାନ୍ତି, ପରମେଶ୍ୱର ମଲିକ, ବିଜେପି ନେତା ପ୍ରମୋଦ କୁମାର ନାୟକ, ପୂର୍ବତନ ସରପଞ୍ଚ ସୁଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କନିଷ୍ଠ ପୁତ୍ର ଦିବ୍ୟ ଜୀବନ ମୁଖାଗ୍ନି ଦେଇଥିଲୋ