ଛାତ୍ରଛାତ୍ରୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
ଯାଜପୁର : ମଙ୍ଗଳବାର ଏନ୍ସି କଲେଜ +୩ କଳାର ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ରଙ୍କ ପକ୍ଷରୁ ଜିଲାପାଳ ଅମ୍ବର କୁମାର କରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ, ପ୍ରଥମ ସେମିଷ୍ଟାର ଇଭିଏସ୍ ପେପରେ ୨୦ଜଣ ଛାତ୍ରୀଛାତ୍ରଙ୍କର ବ୍ୟାକ୍ ଲାଗିଛି । ଏନେଇ ଛାତ୍ରୀଛାତ୍ର କଲେଜ କର୍ତ୍ତୃପକ୍ଷଙ୍କୁ ଇଭିଏସ୍ ପେପର ଆଉଥରେ ଦେଖାଯାଉ ବୋଲି ଅବଗତ କରାଇଥିଲେ । କିନ୍ତୁ କଲେଜ କର୍ତ୍ତୃପକ୍ଷ କୌଣସି କଥାକୁ କର୍ଣ୍ଣପାତ ନକରି ଆଉ ଥରେ ପରୀକ୍ଷା ଦେବା ପାଇଁ କହିଥିଲେ । ଜାଣିଶୁଣି ଫେଲ୍ କରାଯାଇଛି ବୋଲି ଛାତ୍ରୀଛାତ୍ର ଅଭିଯୋଗ କରିଥିଲେ। ଯଦି ଛାତ୍ରୀଛାତ୍ରଙ୍କର ଦାବି ନ ପୂରଣ ହୁଏ ଆତ୍ମହୃତି ଦେବେ ବୋଲି ଚେତାବନୀ ଦେଇଥିଲେ । ଯେଉଁ ଛାତ୍ରୀଛାତ୍ର ପରୀକ୍ଷାରେ ଭଲ କରିଥିଲେ ମଧ୍ୟ ନମ୍ବର କମ ମିଳିଛି ସେହି ଛାତ୍ରୀଛାତ୍ରଙ୍କର ଖାତା ପୁନର୍ବାର ମୂଲ୍ୟାୟାନ କରାଯିବ । ଯଦି ମୂଲ୍ୟାୟାନ ତ୍ରୁଟି ଥିବ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଳି ଜିଲାପାଳ ଅମ୍ବର କୁମାର କର ଛାତ୍ରଛାତ୍ରୀଙ୍କୁ ଦେଇଥିଲେ ।
Samir Kumar Rout