ହୃଦ୍ଘାତରେ ସମାଜସେବୀଙ୍କ ପରଲୋକ
ବରୀ : ବରୀ ବ୍ଲକ ରମ୍ଫା ପଞ୍ଚାୟତ ନେଉଳା ଗ୍ରାମର ସମାଜସେବୀ ବଳରାମ ବେହେରା(୬୨)ଙ୍କର ହୃଦ୍ଘାତରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ବେହେରାଙ୍କ ପନôୀ ରମ୍ଫା ପଞ୍ଚାୟତର ପୂର୍ବତନ ସରପଞ୍ଚ ଥିଲେ । ସେ ଦୀର୍ଘଦିନ ଧରି ରାଜନୀତିରେ ରହି ଲୋକ ପ୍ରିୟତା ଅର୍ଜନ କରିଥିଲେ । ସ୍ୱର୍ଗତ ବେହେରା ଜଣେ ମିଷ୍ଟଭାଷୀ, ମେଳାପି, ପରୋପକାରୀ ବ୍ୟକ୍ତି ଭାବେ ବରୀ ଅଞ୍ଚଳରେ ବେଶ ପରିଚିତ ଥିଲେ । ତାଙ୍କ ମୃତୁ୍ୟ ଖବର ପ୍ରଚାରିତ ହେବା ପରେ ତାଙ୍କ ବାସଭବନରେ ବିଜେପି ନେତା ଉମେଶ ଜୋନା, ଭାଜପା ଜିଲ୍ଲା ପୂର୍ବତନ ସଭାପତି ଆଶୁତୋଷ ପରିଡା, ସମାଜସେବୀ ସୁଲଭ ବେଉରିଆ, ପୂର୍ବତନ ସରପଞ୍ଚ ଆର୍ତ୍ତବନ୍ଧୁ ସାମଲ, ସରପଞ୍ଚ ମାନସ ଜେନା, ଆଇନଜୀବୀ ତଥା ବରୀ ବାର ଆସୋସିଏସନ ସଭାପତି ରାଜକିଶୋର ସାମଲଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ରହି ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରି ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ । ଗ୍ରାମ ପରିକ୍ରମା କରାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ତାଙ୍କର ଏକ ମାତ୍ର ପୁଅ ଅମିତ ପ୍ରକାଶ ବେହେରା ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ବେହେରାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।