୧୭ରେ ସୂର୍ଯ୍ୟମନ୍ଦିର ସମ୍ମୁଖରେ ବିକ୍ଷୋଭ

 କୋଣାର୍କ : ଆସନ୍ତା ୧୭ ତାରିଖରେ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏଥିନିମନ୍ତେ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ କନକ କଲ୍ୟାଣ ମଣ୍ଡପ ପରିସରରେ କୋଣାର୍କ ସୁରକ୍ଷା ସମିତି ସଭାପତି ସୌମ୍ୟସୋରଭ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସୂର୍ଯ୍ୟମନ୍ଦିର ସୁରକ୍ଷା ଓ ସଂରକ୍ଷଣ, ପ୍ରତି ଶନିବାର ସୂର୍ଯ୍ୟମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼, ଭବ୍ୟ ନବଗ୍ରହ ମନ୍ଦିର ନିର୍ମାଣ, ବ୍ୟବସାୟୀଙ୍କୁ ଥଇଥାନ ପ୍ରମୁଖ ଦାବି ନେଇ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହେବ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ରାମକୃଷ୍ଣ ମହାନ୍ତି, ବାବା ଶକ୍ତିଦେବ ଶତପଥୀ, ନିରଞ୍ଜନ ତ୍ରିପାଠୀ, ପ୍ରତାପ କାଣ୍ଡି, ପ୍ରିୟ ରଞ୍ଜନ ରଥ ପ୍ରମୁଖ କର୍ମକର୍ତ୍ତା ଯୋଗଦେଇଥିଲେ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏଏସଆଇ ବିରୁଦ୍ଧରେ ଗଣ ଆନେ୍ଦାଳନ ଜାରି ରହିବ ବୋଲି ସମିତି ଚେତାବନୀ ଦେଇଛି ।