ନିର୍ମାଣାଧୀନ କାନ୍ଥ ପଡି ଦୁଇ ମୃତ
ନୂଆପଡା : ନୂଆପଡା ଜିଲ୍ଲାରେ ଲଗାଣ ବର୍ଷା ହେଲା କାଳ, ନିର୍ମାଣଧୀନ କାନ୍ଥ ପଡି ଯିବାରୁ ସେଥିରେ ଚାପିହୋଇ ଦୁଇ ମହିଲାଙ୍କ ମୃତୁ୍ୟ ଘଟିଥିବା ବେଳେ ଅଳ୍ପକେ ବର୍ତ୍ତିଗଲା ଆଠ ବର୍ଷର ନାବାଳିକା । ଘଟଣାଟି ଘଟିଛି ନୂଆପଡା ଜିଲ୍ଲା କୋମନା ବ୍ଲକ ଲଖନା ଥାନା ପଟକରପାଲି ଗାଁରେ । ଦୁଇ ମୃତକ ହେଲେ ବେଲମତି ଶବର ଓ ଅନ୍ୟଜଣେ ସତୁରି ବର୍ଷୀୟ ବୃଦ୍ଧା ରୁପେବାଇ ଶବର । ପାଞ୍ଚଶହ ଚିକ ବିଶିଷ୍ଟ ଏକ କୁକୁଡ଼ା ଫାର୍ମ ନିର୍ମାଣ କାମ ଅଧାରେ ବନ୍ଦ ଥିବା ବେଳେ ଆଜି ପଟକରପାଲି ଗାଁର ଦିବାକର ଶବରଙ୍କ ସ୍ତ୍ରୀ ବାଲମତି ଶବର ଓ ତାଙ୍କ ଆଈ ରୁପେ ଶବର ଓ ଆଠ ବର୍ଷର ଶିଷୁ କନ୍ୟା ଦେଖିବାକୁ ଯାଇଥିଲେ, ଦୁଇଜଣ ମହିଲା କାନ୍ଥ ପାଖରେ ଥିବା ଇଟା ସବୁ ଗୋଟେଇ ଅନ୍ୟତ୍ର ରଖୁଥିଲେ । ସେହି ସମୟରେ ହଠାତ କାନ୍ଥଟି ଭୁଷୁଡି ଦୁଇ ଜଣ ମହିଲାଙ୍କ ଉପରେ ପଡି ଯାଇଥିଲା, ଯେଉଁଥିରେ ଦୁଇଜଣ ଚାପି ହୋଇ ଯାଇଥିବା ବେଳେ ନାବାଳିକାର ଅଣ୍ଟା ଓ ଗୋଡ଼ରେ ଇଟା ପଡି ଗୁରୁତର ଆହାତ ହୋଇଥିଲା । ପରେ ସ୍ଥାନୀୟ ଲୋକଙ୍କୁ ଚିକôାର କରିବାରୁ ଲୋକେ ପହଞ୍ଚି ଦୁଇ ମହିଳାଙ୍କ ସମେତ ନାବାଳିକାକୁ ଉଦ୍ଧାର କରି ନୂଆପଡା ମୁଖ୍ୟ ଚିକିସôାଳୟକୁ ଆଣିଥିବା ବେଳେ ବେଲମତି ଓ ରୁପେବାଇଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ଓ ନାବାଳିକାଙ୍କୁ ଭର୍ତ୍ତି କରି ଚିକିସôା କରାଯାଉଛି । ଘଟଣା ସ୍ଥଳରେ ଲଖନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ ବେଲମତିଙ୍କ ତିନୋଟି ଝିଅଙ୍କ ଲାଳନ ପାଳନ ସହ କ୍ଷତିଗ୍ରସ୍ତ ପରିବାରଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବୀ କରିଛି ଆଦିବାସୀ କଲ୍ୟାଣ ସଙ୍ଘ ।