ନଦୀରେ ବୁଡ଼ି ଛାତ୍ର ମୃତ

 ଧାମନଗର : ଧାମନଗର ବ୍ଲକ ଅନ୍ତର୍ଗତ ଦଳାଙ୍ଗ ପଂଚାୟତର ବିରୁହା ଗ୍ରାମର ସଂଜିତି କୁମାର ପଣ୍ଡାଙ୍କ ପୁଅ ଶୁଭମ୍ ପଣ୍ଡା (୧୮) ରବିବାର ଦିନ ୪ ଟା ବେଳେ ଗେଙ୍ଗୁଟି ନଦୀରେ ବୁଡି ଯାଇ ମୃତୁ୍ୟ ବରଣ କରିଛନ୍ତି  । ସୁଚନା ଅନୁଯାୟୀ ରବିବାର ଦିନ ୪ ଟା ବେଳେ ଶୁଭମ୍ ନିକଟସ୍ତ ଗେଙ୍ଗୁଟି ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ଗୋଡ଼ ଖସି ଯାଇଥିଲା  । ଫଳରେ ସେ ନଦୀରେୀ  ଭାରସାମ୍ୟ ହରାଇ ଭରାନଦୀରେ ଭାସିଯାଇ ଥିଲେ । ସ୍ଥାନୀୟ ଲୋକ ମାନେ ଶୁଭମକୁ ବହୁ କଷ୍ଟରେ ଉଦ୍ଧାର କରି ଧାମନଗର ଡ଼ାକ୍ତରଖାନାକୁ ନେଇଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଶୁଭମ ଜଣେ ଭଲ ଛାତ୍ର ଓ ମେଳାପି ଥିବାରୁ ତାର ଏହି ଅକାଳ ମୃତୁ୍ୟରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।