ପାଚେରି ପଡି ୨ ମୃତ
ବାଲିପାଟଣା : ଆଜି ସ୍ଥାନୀୟ ବେଙ୍ଗବତି ଗ୍ରାମ ଠାରେ ରାସ୍ତା କଡ ଡ୍ରେନ କାମ ବେଳେ ପାଚେରୀ ଓଲଟି ଦୁଇ ଜଣ ମୃତ ଓ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ଗତ କିଛି ଦିନ ଧରି ଆଠାନ୍ତର ଛକ ଠାରୁ ନୂଆସାହି ପର୍ଯ୍ୟନ୍ତ ରାସ୍ତାର ଦୁଇପଟେ ଡ୍ରେନ କାମ ହେଉଛି । ଠିକାଦାରଙ୍କ ଦ୍ୱାରା ନିଯୁକ୍ତ ଭଦ୍ରକ ଓ କେଉଁଝର ଅଞ୍ଚଳର ମିସ୍ତ୍ରୀ ମାନେ ଏଠାରେ କାମ କରୁଛନ୍ତି । ଆଜି ବେଙ୍ଗବତି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଡ୍ରେନ କାମ ହେଉଥିବା ବେଳେ ହଠାତ୍ ବିଦ୍ୟାଳୟ ପାଚେରି ଭୁଶୁଡ଼ି ପଡ଼ିଥିଲା । ଏହି ସମୟରେ ପାଚେରୀ ପାଖରେ କାମ କରୁଥିବା ମିସ୍ତ୍ରୀ ହୁଇଲା ହୋ, ଦଳେ ହୋ ଏବଂ କଲା ହୋ ପାଚେରୀ ତଳେ ରହି ଯାଇଥିଲେ । କଳା ହୋ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କର୍ ଘଟଣା ସ୍ଥଳରେ ମୃତୁ୍ୟ ହୋଇଛି । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଚିକିସôା ପାଇଁ ଡାକ୍ତରଖାନା ପଠାଇଥିଲେ । ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ଷା ଯୋଗୁଁ ପାଚେରୀ ତଳ ମାଟି ନରମା ହୋଇ ଯାଇଥିବାରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି ।