କୁଆଖାଇ, ଦୟା, ଭାର୍ଗବୀ, ନଦୀରେ ବନ୍ୟା ଜଳ ପ୍ରବେଶ

 ବାଲିଅନ୍ତା : ବୁଧବାର ଦିନ ଚାଳିତ ବର୍ଷ କୁଆଖାଇ, ଦୟା, ଭାର୍ଗବୀ ନଦୀରେ ହୀରାକୁଦର ପ୍ରଥମ ବନ୍ୟା ଜଳ ପ୍ରବେଶ ହୋଇଛି । ଏହି ଦୃଶ୍ୟକୁ ଦେଖିବା ପାଇଁ ଓ ଫୋଟ  ଉତ୍ତୋଳନ ପାଇଁ ଦୟା ବ୍ରିଜ, ଭାର୍ଗବୀ ବ୍ରିଜ, କୁଆଖାଇ ନଦୀ ଟଙ୍କପାଣୀ ବ୍ରିଜରେ ପଥଚାରି ମାନଙ୍କ ଭିଡ ଦେଖିବାକୁ ମିଳିଥିଲା । ଉକ୍ତ ନଦୀରେ ବନ୍ୟା ଜଳ ପ୍ରବେଶ ଦ୍ୱରା ତତ୍ପର ହୋଇ ଉଠିଛି ସ୍ଥାନୀୟ ଅଞ୍ଚଳର ବ୍ଲକ୍ ଓ ତହସିଲ ପ୍ରଶାସନ  । ଉକ୍ତ ନଦୀର କୂଳରେ ଥିବା ଜନବସତି ଅଞ୍ଚଳକୁ ଜନ ପ୍ରତିନିଧିଙ୍କ  ମାଧ୍ୟମରେ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ସତର୍କ ସୂଚନା ଦିଆଯାଇଥିବାର ଖବର ମିଳିଛି  । ନଦୀ କୂଳ ମାନଙ୍କରେ ଚାଷ କରାଯାଇଥିବା ବିଭିନ୍ନ କିସମର ପନିପରିବା କ୍ଷେତରେ ବନ୍ୟା ଜଳ ପଶି କେତେକ ଅଂଶ ଚାଷଜମି ଗୁଡିକ ନଷ୍ଟ ନଷ୍ଟ ହଇଥିବା ସାଧାରଣରେ ଆଲୋଚନା ହେଉଛି  । ଆଗକୁ ଯଦି ନଦୀରେ ବନ୍ୟା ଜଳର ବୃଦ୍ଧି ଘଟେ ଏହାକୁ ନେଇ ଚିନ୍ତାରେ ଚାଷୀକୁଳ ପରିବାର