ପିକ ଅପ୍ ଭ୍ୟାନ ଓଲଟି ୨ମୃତ

 ଚମ୍ପୁଆ : ସାର ବୋଝେଇ ପିକ ଅପ୍ ଭ୍ୟାନ ଭାରସ୍ୟାମ ହରାଇ ଘର  ଭିତରେ ପଶିବାରୁ ଦୁଇ ଜଣଙ୍କର ମୃତୁ୍ୟ ଘଟିଛି  । ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ସାତ ଘଟିକା ସମୟରେ ନନ୍ଦପୁରରୁ  ପାରୁଡ଼ିପଶି ଯାଉଥିବା ଏକ ସାର ବୋଝେଇ ପିକ୍ ଅପ୍ ଭ୍ୟାନ୍  ଉଚ୍ଚବାଲି ପଞ୍ଚାୟତ ବରପଦା ଗ୍ରାମରେ ଭାରସ୍ୟାମ ହରାଇ ସୂର୍ଯ୍ୟମଣି ମହାନ୍ତଙ୍କ  ଗେଟ ଭାଙ୍ଗି ଘର ବାରଣ୍ଡାରେ ଧକ୍କା ହୋଇ ଓଲଟି ପଡିଥିଲା  । ପିକ ଅପ ଧକ୍କାରେ ସେହି ସମୟରେ ଘର ବାରଣ୍ଡାରେ ବସିଥିବା ଯଶୋଦା ମହାନ୍ତ  (ହୀରା) (୬୫) ଗୁରୁତର ଆହତ ହୋଇଥିଲେ  । ଏଥି ସହିତ ଗାଡି ଉପରେ ବସିଥିବା  ଲାଲିଆ ମୁଣ୍ଡା ଙ୍କ ପୁଅ ଗୋଟୁ ମୁଣ୍ଡା (୧୫) ଗାଡ଼ି ତଳେ ଚାପି ହୋଇଯାଇଥିଲେ  । ସଙ୍ଗେ ସଙ୍ଗେ ଦୁଇ ଜଣ ଙ୍କୁ ଉଦ୍ଧାର କରାଯାଇ ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆ ଯାଇଥିଲା  । ସେଠାରେ ଡାକ୍ତର ଦୁହିଁ ଙ୍କୁ  ମୃତ ଘୋଷଣା କରିଥିଲେ  । ଖବର ପାଇ ବାରିଆ ପୁଲିସ୍ ଡାକ୍ତରଖାନା ରେ ପହଞ୍ଚି ମୃତଦେହ ଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛି ।