ଓପିଏସି ସ୍ତରରେ ବଡ ଅଦଳ ବଦଳ
ଭୁବନେଶ୍ୱର : ଓପିଏସି ସ୍ତରରେ ବଡ ଅଦଳ ବଦଳ ହୋଇଥିଛି । ବ୍ରହ୍ମପୁର ଅତିରିକ୍ତ ଏସପି ସୀମା ସ୍ୱାଇଁ ବଦଳି ହୋଇ ତାଳଚେରର ନୂତନ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଆଲୋକ ଜେନା ବ୍ରହ୍ମପୁର ସହରର ନୂତନ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯ ଜଣ ଅଧିକାରୀଙ୍କର ଅବଳ ବଦଳ ହୋଇଥିବା ଗୃହବିଭାଗ ତରଫରୁ ସୂଚନା ମିଳିଛି । ସେହିପରି ବରଗଡର ଅତିରିକ୍ତ ଏସପି ଇନ୍ଦୁରେଖା ପଶ୍ଚିମକବାଟଙ୍କୁ ଢେଙ୍କାନାଳକୁ ବଦଳି କରାଯାଇଛି । ଅମ୍ରିତ କୁମାର ପଣ୍ଡା, ସ୍ୱାସ୍ତିକ ପଣ୍ଡା, ସୌରଭ ଓତା ବରଗଡ ଅତିରିକ୍ତ ଏସପି ଥିବା ବେଳେ ତାଙ୍କୁ କଟକ ହେଡକ୍ୱାଟରକୁ ବଦଳି କରାଯାଇଛି । ପ୍ରଭାତ କୁମାର ବିଶ୍ୱାଳ, ସଞ୍ଜିବ ଶତପଥୀ, ସସ୍ମିତା ସାହୁ, ଅଶ୍ୱନୀ କୁମାର ନାଏକ, ଦେବଜିତ ଭଟ୍ଟାଚାର୍ଯ୍ୟ, ପ୍ରଦୀପ କେରକେଟା, ଗୁଣନିଧି ମଲ୍ଲିକ, ଆକାଶ ଚନ୍ଦ୍ର ସାହୁ, ହରପ୍ରିୟା ନାୟକ, ସତ୍ୟବିକାଶ ଭୂୟାଁ, ଅଂଶୁମାନ ଦ୍ୱିବେଦୀ, ସ୍ନେହାଶିଷ ସାହୁ, ପ୍ରକାଶ ଜେମ୍ସ ଟପୋଙ୍କୁ ବଦଳି କରାଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।