ଚାଲିଗଲେ ଉତ୍ତମ ମହାନ୍ତି

ଉତ୍ତମ ମହାନ୍ତି..
1977 ମସିହା ମୁକ୍ତି ଲାଭ କରିଥିବା ଓଡ଼ିଆ ସିନେମା ଅଭିମାନ ଜରିଆରେ ପାଦ ଥାପିଥିଲେ । ଓଡ଼ିଆ ସିନେମା ରେ ଉତ୍ତମ ମହାନ୍ତି, ଷ୍ଟାଇଲ ଓ ସ୍ମାଇଲ ରେ ଦର୍ଶକ ଙ୍କ ମନ ପସନ୍ଦ ର ନାୟକ ହୋଇଗଲେ ଉତ୍ତମ । କଥା ଉତ୍ତମ ଅଭିନୟ ଉତ୍ତମ ଆଉ ସମସ୍ତ ଙ୍କର ସେ ପାଲଟି ଗଲେ ନାୟକଙ୍କ ନାୟକ ମହାନାୟକ ଉତ୍ତମ ମହାନ୍ତି । ସଫଳ ନାୟକ ଭାବ ରେ ସେ ସମସ୍ତ ଙ୍କ ପାଖରେ ପରିଚିତ ହେଲେ ଦଣ୍ଡାବାଲୁଙ୍ଗା ସିନେମାରେ । ଏହାପରେ ଫୁଲ ଚନ୍ଦନ, ସହରୀ ବାଘ, ପୁଅ ମୋର କଳା ଠାକୁର, ଯାହାକୁ ରଖିବେ ଅନନ୍ତ, ରଜନୀ ଗନ୍ଧା ପରି 200 ରୁ ଅଧିକ ସିନେମା ରେ ଅଭିନୟ କରି ସେ ପାଲଟି ଗଲେ ଜଣେ ଅପ୍ରତିଦ୍ବନ୍ଦି ନାୟକ,30 ଟି ବଙ୍ଗାଳି ସିନେମା ସହିତ ହିନ୍ଦି ସିନେମା ନୟା ଜହର ରେ ଅଭିନୟ କରି ଚର୍ଚିତ ହୋଇଥିଲେ ଉତ୍ତମ,ସବୁଠାରୁ ଖାସ କଥା ହେଲା ଅଣ ଓଡ଼ିଆ ନାୟିକା ଙ୍କର ସେ ଥିଲେ ନାୟକ, 70,80.90 ଦଶକ ର ନାୟକ ଉତ୍ତମ ମହାନ୍ତି ଙ୍କ ଅଭିନୟ ଯାତ୍ରା ଆରମ୍ଭ ହୋଇଥିଲା ସାଧୁ ମେହେର ଙ୍କ ନିର୍ଦ୍ଧେଶିତ ସିନେମା ଅଭିମାନରେ । ଏହା ପରେ ଉତ୍ତମ ସମସ୍ତ ଙ୍କ ର ପ୍ରିୟ ହୋଇପାରିଲେ । 1955ଏପ୍ରିଲ 29 ତାରିଖରେ ଗୋପାଳ ମହାନ୍ତି ଓ କାମିନୀ କୁସୁମ ମହାନ୍ତି ଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିଲେ ଉତ୍ତମ ମହାନ୍ତି ଓରଫ କୁନୀଆ । ଏମପିସି କଲେଜ ବାରିପଦା ରେ ପାଠ ପଢିଲା ସମୟରେ କଲେଜ ଡ୍ରାମାରେ ଅଭିନୟ କରି ପ୍ରଶଂସା ସାଉଁଟି ଥିଲେ । ବିକମ ପାସ କଲା ପରେ ଉତ୍ତମ ଚାର୍ଟଟ ଆକାଉଣ୍ଟସ ପଢିବାକୁ ଲୁଧିୟାନା ଗଲେ । ପଢିବା ଭିତରେ ନିଜ ଗାଁ ମୟୁରଭଞ୍ଜ ପୁରୁଣା ହାଟ ସାହି ରେ ଥିବା ସମୟରେ ଅଫର ମିଳିଥିଲା ଅଭିମାନ ସିନେମାରେ । ଏହା ପରେ ସିନେମା ଆଉ ସିନେମା ଭିତରେ ରହି ଆମକୁ ଦେଲେ ଅନେକ ମନୋରଞ୍ଜନ । ଶ୍ରେଷ୍ଠ ନାୟକ ଭାବ ରେ 82,83,84,87,90 ମସିହା ପାଇଁ ରାଜ୍ୟ ଚଳଚିତ୍ର ପୁରସ୍କାର ପାଇଥିଲେ । 1999 ରେ ଜୟଦେବ ପୁରସ୍କାର ପାଇଥିଲେଉତ୍ତମ,ଉତ୍ତମ ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତରହେବାରୁ ମେଦାନ୍ତ ହସ୍ପିଟାଲ ରେ ଚିକିତ୍ସା ହେଉଥିଲେ,ସେହି ସଂଘର୍ଷ ଭିତରେ ସେ ଚାଲି ଗଲେ ଆରପାରିକୁ