ଜରିପାଲ ତଳେ ବିତୁଛି ୮ପ୍ରାଣୀଙ୍କ ଜୀବନ

  କନ୍ଧମାଳ /ଫିରିଙ୍ଗିଆ : ସରକାର ଗରିବ ଅସହାୟ  ବାସହୀନ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଘର ଯୋଗାଇ ଦେଉଛନ୍ତି ସତ । କିନ୍ତୁ ପ୍ରଶାସନ ଅବହେଳା ଯୋଗୁଁ ଆଜି ବି ଏହି ଯୋଜନା କେତେକ ହିତାଧିକାରୀଙ୍କ ପାଖକୁ ପହଞ୍ଚô ପାରୁନଥିବା ଅଭିଯୋଗ ହେଉଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତ ଅନ୍ତର୍ଗତ ରାଇଗୁଡ଼ା ଗ୍ରାମ ଝିଡ଼ିଙ୍ଗ ପଡ଼ା ସାହିରେ ।  ସାହିର ବାସିନ୍ଦା ନକୁଳ କହଁର(୩୦) । ତାଙ୍କ ମା’ ସାନ ଭାଇ ଦୁଇ ଜଣ ସ୍ତ୍ରୀ ଓ ପିଲା ଛୁଆ ମିଶାଇ ୮ ଜଣ ପ୍ରାଣୀଙ୍କୁ ନେଇ ଗୋଟିଏ ପରିବାର । ଦୀର୍ଘ ବର୍ଷ ଧରି ଏହି ଝାଟିମାଟି ଭଙ୍ଗା ଦଦରା କୁଡ଼ିଆରେ ରହି ଆସୁଛନ୍ତି । ଖରା ଦିନରେ ଯେମିତି ସେମିତି ଚଳି ଯାଉଥିବା ବେଳେ ବର୍ଷା ଦିନେ ଘର ଛପର ଉପରୁ ପାଣି ଗଳୁଛି । କେତେବେଳେ ଭୁଶୁଡ଼ି ପଡ଼ିବ କହି ହେବନି । ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳିନଥିବା କହିଛନ୍ତି ହିତାଧିକାରୀ । ଏଭଳି ପରିସ୍ଥିତି ରେ ଘର ଖଣ୍ଡିଏ କରିବା ତାଙ୍କ ପାଇଁ ସାତ ସପନ ପାଲଟିଛି । ବର୍ଷା ଦିନ ଆସିଲେ ଭଙ୍ଗା କୁଡ଼ିଆରେ ରହିବା ପରିବାର ପକ୍ଷରେ କଷ୍ଟକର ହେଉଛି । ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ନକୁଳ କହଁରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ୍ କରି ଘର ଖଣ୍ଡିଏ ଯୋଗାଇ ଦେବାକୁ ବୃଦ୍ଧିଜୀବୀ ମହଲରେ ଦାବି କରିଛନ୍ତିି । ଦେଖିବାକୁ ବାକି ରହିଲା ନକୁଳ କହଁରଙ୍କ ଦୁଃଖ ନୂତନ ସରକାର କେବେ ଶୁଣୁଛନ୍ତି ।