ବାଇକ ଦୁର୍ଘଟଣା : ୧ ମୃତ ୨ ଗୁରୁତର
କନ୍ଧମାଳ/ଖଜୁରିପଡା : ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦୂତିମେଣ୍ଡୀ ପଞ୍ଚାୟତର ସମ୍ବରଡେଗା ଠାରେ ବାଇକ୍ ଦୁର୍ଘଟଣାରେ ଜଣେ ମୃତ ଆଉ ୨ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ମୃତକ ଜଣଙ୍କ ହେଲେ ଦଶପଲ୍ଲା ଜରିପାଟଣା ଗାଁର ପ୍ରଭାତ କୁମାର ସାହୁ (୪୦) ଆହତ ମାନେ ହେଲେ ଜ୍ୟୋତି ରଞ୍ଜନ ଘୋଡ଼େଇ, ସିରିଆ ଓରଫ ସିଦେ୍ଧଶ୍ୱର ସାହୁ । ମିଳିଥିବା ସୂଚନା ଅନୁଯାୟୀ ବୁଲେଟ୍ ଯୋଗେ ତିନି ଜଣ ଦଶପଲ୍ଲାରୁ ଫୁଲବାଣୀ ସିରିଆ ସାହୁଙ୍କ ଶଶୁର ଘରକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ସମ୍ବରଡେଗା ଠାରେ ଦୁର୍ଦ୍ଦଟଣା ଘଟିଛି । ଖବର ପାଇ ଘଟଣା ସ୍ଥଳରେ ପୁଲିସ ସମେତ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତର ମାନଙ୍କୁ ପ୍ରଥମେ ଖଜୁରୀପଡ଼ା ମେଡିକାଲ ପରେ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରଭାତ କୁମାର ସାହୁଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଆଉ ଦୁଇ ଗୁରୁତର ଚିକିସôିତ ହେଉଛନ୍ତି । ଏ ନେଇ ଥାନାରେ ୧୬୬/୨୫ ରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି ।