ବିଦୁ୍ୟତ ଆଘାତରେ ବିଦୁ୍ୟତ କର୍ମଚାରୀଙ୍କ ମୃତୁ୍ୟ
ପାପଡାହାଣ୍ଡି : ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ଘୋଡାଖୁଣ୍ଟା ପଞ୍ଚାୟତ ଅଧୀନ ମୁଣ୍ଡାଗୁଡା ଛକ ନିକଟରେ ଏକ ଜମି ଭିତରେ ବିଦୁ୍ୟତ ଆଘାତରେ ଜଣେ ବିଦୁ୍ୟତ କର୍ମଚାରୀଙ୍କ ମୃତୁ୍ୟ ଘଟିଛି । ସୂଚନା ଅନୁସାରେ - ଡାବୁଗାଁ ବ୍ଲକ ଅଧୀନ ବୋରିଗାଁ ଗ୍ରାମର ରାମା ଭତ୍ରା (୩୬) ଡାବୁଗାଁ ବିଦୁ୍ୟତ ବିଭାଗରେ କାର୍ଯ୍ୟ କରୁଥିଲେ । ମଙ୍ଗଳବାର ସକାଳେ ଅନ୍ୟ ଜଣେ ବିଦୁ୍ୟତ କର୍ମଚାରୀ ଧନସିଂ ଭତ୍ରା ଫୋନ କରି ରାମା ଭତ୍ରାଙ୍କୁ କାର୍ଯ୍ୟ କରିବାକୁ ଡାକିଥିଲେ । ଏକ ବିଦୁ୍ୟତ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ହଠାତ ବିଦୁ୍ୟତ ଆସି ଯିବାରୁ ରାମା ବିଦୁ୍ୟତ ଆଘାତ ପାଇ ଖୁଣ୍ଟ ଉପରୁ ତଳକୁ ଖସି ପଡିଥିଲେ । ଖୁଣ୍ଟ ଉପରୁ ଖସି ପଡିବାରୁ ରାମାଙ୍କ ଘଟଣାସ୍ଥଳରେ ହିଁ ମୃତୁ୍ୟ ଘଟିଥିଲା । ଉକ୍ତ ଜମିରେ କାମ କରୁଥିବା ଲୋକେ ସଙ୍ଗେସଙ୍ଗେ ଗ୍ରାମକୁ ଖବର ଦେଇଥିଲେ । ଖବରପାଇ ରାମାଙ୍କ ପରିବାର ଲୋକେ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଥାନାକୁ ଖବର ଦେଇଥିଲେ । ଡାବୁଗାଁ ଥାନା ଏଏସଆଇ ଗୋପାଳକୃଷ୍ଣ ହାଲୱା ଘଟଣାସ୍ଥଳରେ ପହଞ୍ଚି ରାମାଙ୍କ ମୃତଦେହକୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ।