ବିଦେଶୀ ମହିଳାଙ୍କୁ ଦିଲ୍ଳୀରେ ଦୁଷ୍କର୍ମ !

 ଦେଶର ରାଜଧାନୀ ଦିଲ୍ଲୀରେ ବିଦେଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ଦିଲ୍ଳୀର ଏକ ହୋଟେଲରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ସୂଚନାମୁତାବକ, ବିଦେଶୀ ଯୁବତୀ ଜଣଙ୍କ ଇନଷ୍ଟାଗ୍ରାମ୍‌ର ବନ୍ଧୁଙ୍କୁ ଭେଟିବା ପାଇଁ ଦିଲ୍ଲୀ ଆସିଥିଲେ । ତେବେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍‌ । ଖବରମୁତାବକ, କିଛି ଦିନ ତଳେ ପରସ୍ପର ଇନଷ୍ଟାଗ୍ରାମ ରେ ସାଙ୍ଗ ହୋଇଥିଲେ । ବ୍ରିଟେନ୍‌ ରୁ ଯୁବତୀଙ୍କୁ ଦିଲ୍ଲୀକୁ ଡାକିଥିଲେ ଯୁବକ  । ପରେ ଦିଲ୍ଳୀର  ମହିପାଲପୁର  ଅଞ୍ଚଳର  ଏକ ହୋଟେଲ ତାଙ୍କ ସହ ଦୁଷ୍କର୍ମ କରିଥିଲେ ଇନଷ୍ଟାଗ୍ରାମ୍‌ର ବନ୍ଧୁ ।  ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍‌ ।