ମୁକ୍ତାକାଶ ଆଶ୍ରମରୁ କଏଦୀ ମୁକ୍ତ
ବାରଙ୍ଗ : ଯାମୁଝରିସ୍ତିତ ବିଜୁ ପଟ୍ଟନାୟକ ମୁକ୍ତାକାଶ କରଶ୍ରମରୁ ଜଣେ କଏଦୀକୁ ମୁକ୍ତ କରାଯାଇଛି । ମୁକ୍ତ କଏଦୀ ହେଉଛନ୍ତି ଅନୀଲ ପ୍ରଧାନ । କନ୍ଧମାଳ ଜି.ଉଦୟଗିରି ଥାନା ଅଧୀନସ୍ଥ ଲିଙ୍ଗାଗୁଡା ଗ୍ରାମରେ ଅନୀଲଙ୍କ ଘର । ତାଙ୍କୁ ଏକ ହତ୍ୟା ମାମଲାରେ ୨୦୦୯ ମାର୍ଚ୍ଚ୯ତାରିଖରେ ଆଜୀବନ ସଜା ହୋଇଥିଲା । ୨୦୧୮ ଫେବ୍ରୁଆରୀ ୫ତାରିଖରେ ସେ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମକୁ ଆସିଥିଲେ । ଅନୀଲ ଯିବା ପରେ ମୁକ୍ତାକାଶରେ କଏଦୀଙ୍କ ସଂଖ୍ୟା ହ୍ରାସ ପାଇ ୨୯ରେ ପହଞ୍ଚିଛି ବୋଲି ସୁପରିଟେଣ୍ଡଟ ସ୍ମିତା ମହାନ୍ତି ଓ ସହକାରୀ ଜେଲର ସ୍ୱାଗତ ରଞ୍ଜନ ସାହୁ ସୂଚନା ଦେଇଛନ୍ତି ।