ସଡକ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତୁ୍ୟ
ନୂଆପଡା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ତରବୋଡ ଠାରେ ସଡକ ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କ ମୃତୁ୍ୟ ଘଟିଛି । ସେ ହେଲେ ତରବୋଡ ଗାଁର କୈଳାସ ଭୋଇ (୪୧) । ସୂଚନା ଅନୁଯାୟୀ ବାଞ୍ଜିବାହାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିବା କୈଳାସଙ୍କ ତରବୋଡ ଏନ୍ଏଚ୍ ୩୫୩ରୁ ସାହାଜଟ ରାସ୍ତାରେ ସନ୍ଧ୍ୟା ଭ୍ରମଣରେ ବାହାରିଥିଲେ । ଚାଲି ଚାଲି ଯାଉଥିବାବେଳେ ସାହାଜଟ ପଟୁ ତରବୋଡ ଆସୁଥିବା ଏକ ପିକ୍ଅପ୍ ଭ୍ୟାନ କ୍ରସର ନିକଟରେ କୈଳାସଙ୍କୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ତରବୋଡ ଡାକ୍ତରଖାନା ନେଇଥିଲେ । ସେଠାରୁ ତାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା । ହେଲେ ଡାକ୍ତର କୈଳାସଙ୍କୁ ମୃତ ଘୋଷଣା କରିଥିଲେ । ଖବର ପ୍ରଚାରିତ ହେଲା ପରେ ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି । ତରବୋଡ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚô ମୃତଦେହ ଜବତ କରିଛି । ବୁଧବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଫାଣ୍ଡି ଅଧିକାରୀ ଗୋରୀ ଶଙ୍କର ଦାସ ସୂଚନା ଦେଇଛନ୍ତି ।