ଅଜଣା ଗାଡ଼ି ଧକ୍କାରେ ୭ ଗୋରୁ ମୃତ
ପାଣିକୋଇଲି : ପାଣିକୋଇଲି ଥାନା ୨୦ ନମ୍ବର ଜାତୀୟ ରାଜପଥର ଚାନ୍ଦପୁର ନିକଟରେ ଶନିବାର ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ୭ଗୋଟି ନିରୀହ ଗୋରୁଙ୍କ ଜୀବନ ଯାଇଛି । ଏବେ ରାଜପଥ ରାସ୍ତା ପାଲଟିଛି ଗୋରୁ ଗୋଠ । ଯାହା ଫଳରେ ସେମାନଙ୍କ ଜୀବନ ଯିବା ସହିତ ଲୋକମାନଙ୍କ ମଧ୍ୟ ଜୀବନ ହାନୀ ହେଉଛି । ଗତ ଦୁଇନିଦ ତଳେ ଏକ ଷଣ୍ଢକୁ ଧକ୍କା ଦେଇ କାର ଓଲଟିବାରୁ ଚାଳକ ପ୍ରାଣ ହରାଇଥିଲେ । ସବୁପରେ ବି ପ୍ରଶାସନ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନନେବାରୁ ସେମାନଙ୍କ ସହିତ ଅନେକ ଧନଜୀବନ ହାନୀ ହେଉଛି । ଏନେଇ ସରକାର କୌଣସି ନିର୍ଦ୍ଧିଷ୍ଟ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି । ମୃତ ଗୋରୁମାନଙ୍କର ସାମାଜିକ କର୍ମୀ ବା ଗୋ ସବେକମାନଙ୍କ ଦ୍ୱାରା ଜାତୀୟ ରାଜପଥ ବିଭାଗ ସହାୟତାରେ ସକ୍ରାର କରାଯାଇଛି ।