ରାସ୍ତା କାମ ବେଳେ ମାଡିଗଲା ଟ୍ରକ ,୩ ଶ୍ରମିକ ମୃତ

ଭୁବନେଶ୍ୱର : ରାତିରେ ରାସ୍ତା କାମରେ ନିୟୋଜିତ ଥିଲେ ୩ ଶ୍ରମିକ । ହଠାତ ମାଡ଼ି ଆସିଲା ଟ୍ରକ । ଆଉ ୩ ଜଣଙ୍କୁ ଦଳି ଦେଇ ଘଟଣାସ୍ଥଳରୁ ମାରିଲା ଚମ୍ପଟ । ଫଳରେ ଘଟଣାସ୍ଥଳରେ ହିଁ ୩ ଶ୍ରମିକଙ୍କ ମୃତୁ୍ୟ ଘଟିଛି । ବରଗଡ଼ ଜିଲ୍ଲା ସୋହେଲା ରାୟପୁର ରୋଡ ସ୍ଥିତ ଲୁହୁରାଚଟି ପାଖରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗତ ବିଳମ୍ବିତ ରାତିରେ ଘଟିଛି ଏହି ଦୁଃଖଦ ଘଟଣା । ମୃତ ୩ ଶ୍ରମିକଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ସେମାନେ ଏନଏଚଆଇର ଠିକା କର୍ମ·ରୀ ବୋଲି ଜଣାଯାଇଛି । ରାୟପୁର ରୋଡ ସ୍ଥିତ ଲୁହୁରାଚଟି ପାଖରେ ରାସ୍ତା ଖରାପ ଥିବାରୁ ଗତ ରାତିରେ ସେଠାରେ ରାସ୍ତା କାମ ·ଲିଥିଲା । ଉକ୍ତ ସମୟରେ ଅନ୍ଧାରରେ ଦ୍ରୁତ ଗତିରେ ମାଡ଼ି ଆସୁଥିବା ଟ୍ରକଟି ଶ୍ରମିକମାନଙ୍କ ଉପରେ ଚଢି ·ଲି ଯାଇଥିଲା । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚô ଶ୍ରମିକମାନଙ୍କ ମୃତଦେହ ରାସ୍ତାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ସୋହେଲା ପୁଲିସ୍ ପହଞ୍ଚô ମୃତଦେହଗୁଡ଼ିକ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ସମ୍ପର୍କରେ କିଛି ସୂଚନା ମିଳିପାରି ନାହିଁ ।