କାର-ଲରି ଧକ୍କା, ୫ ଛାତ୍ର ମୃତ


ାା ଏଜେନ୍ସି ।ା ଚେନ୍ନାଇ: କାର୍ ଓ ଲରି ମଧ୍ୟରେ ହେଲା ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ଚାଲିଗଲା ୫ ଛାତ୍ରଙ୍କ ଜୀବନ । ସେହିପରି ଦୁଇ ଜଣ ଗୁରୁତର ହୋଇଛନ୍ତି । ତାମିଲନାଡୁର ଚେନ୍ନାଇ-ତିରୁପତି ଏନଏଚ୍ ତିରୁଭଲୁର ଜିଲ୍ଲା ତିରୁତାନି ନିକଟରେ ଘଟିଛି ଏଭଳି ଛାତିଥରା ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ସେହିପରି ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି । ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତାହତ ଏକ ଘରୋଇ ବିଶ୍ୱବିଦ୍ୟାଳୟର ଛାତ୍ର ଥିବା ସୂଚନା ମିଳିଛି । ରବିବାର ଛୁଟି ଥିବା ଯୋଗୁ ଛାତ୍ରମାନେ ଆନ୍ଧ୍ରପ୍ରଦେଶରୁ ଫେରୁଥିଲେ । ଏହି ସମୟରେ ସାମ୍ନା ପଟୁ ଆସୁଥିବା ଏକ ଲରି ସହ କାର୍ର ମୁହାଁମୁହିଁ ଧକ୍କା ହୋଇଥିଲା । ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।