ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ସାଂସଦ


ାା ପ୍ରଭାନୁ୍ୟଜ୍ ।ା ବାଲେଶ୍ୱର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ସାକ୍ଷାତ କଲେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ସାକ୍ଷାତ ସମୟରେ ବାଲେଶ୍ୱର ଜିଲା ତଥା ସଂସଦୀୟ କ୍ଷେତ୍ରର ବିଭିନ୍ନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି । ସାଂସଦଙ୍କ ବିଗତ କାର୍ଯ୍ୟକାଳରେ ତକôାଳୀନ ରାଜ୍ୟ ସରକାରଙ୍କ ଅସହଯୋଗିତା ଯୋଗୁଁ ଅଟକି ରହିଥିବା ଉନ୍ନୟନ କାର୍ଯ୍ୟ, ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଯୋଗୁଁ ଉପୁଜୁଥିବା ନାନାବିଧ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ମାଝୀ ସକାରାତ୍ମକ ମନୋଭାବ ପୋଷଣ କରିଛନ୍ତି ବୋଲି ସାଂସଦ ସୂଚନା ଦେଇଛନ୍ତି ।