ଭୂଇଁରୁ ଉଠି ପାରୁନି କଲ୍ୟାଣ ମଣ୍ଡପ
ପ୍ରଭାନୁ୍ୟଜ ।ା ଦାନଗଦୀ: ଯାଜପୁର ଜିଲା ସୁକିନ୍ଦା ନିର୍ବାଚନମଣ୍ଡଳୀରେ ଥିବା ସମସ୍ତ ପଞ୍ଚାୟତ ମଧ୍ୟରୁ ଯଖପୁରା ପଞ୍ଚାୟତର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ପଞ୍ଚାୟତରେ କଳିଙ୍ଗନଗର ଶିଳ୍ପାଞ୍ଚଳର ଜନ୍ମ କହିଲେ ଅତୁ୍ୟକ୍ତି ହେବନାହିଁ । ମାତ୍ର ଦାନଗଦୀ ବ୍ଲକରେ ଥିବା ଏହି ପଞ୍ଚାୟତରେ ଗତ୧୦ରୁ ୧୨ବର୍ଷ ମଧ୍ୟରେ ନିର୍ବାଚିତ ହୋଇଥିବା ଜନପ୍ରତିନିଧି ନିଜର କର୍ତ୍ତବ୍ୟ ସମ୍ପାଦନରେ ପଛଘୁଞ୍ଚା ଦେଇଥିବା ଯୋଗୁ ବହୁ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡିରହିଛି । ତାହା ମଧ୍ୟରେ ଯଖପୁରା ପଞ୍ଚାୟତରେ ଥିବା କଲ୍ୟାଣ ମଣ୍ଡପଟି ଏକ ଉଦାହରଣ । ଯାହାକି ୩ଜଣ ସରପଞ୍ଚ ୪ଜଣ ସମିତିସଭ୍ୟଙ୍କ କାର୍ଯ୍ୟକାଳରେ କାମ ଆରମ୍ଭ ହୋଇମାଟି ଉପରକୁ ଉଠି ପାରୁନାହଁ । ପୂର୍ବରୁ ପାଖାପାଖି ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ତାହାର କୌଣସି ସରକାରୀ ହିସାବନାହିଁ । ଯାହାକୁ ନେଇ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିବାପରେ ଆଜକୁ ପ୍ରାୟ ୫/୬ମାସ ବିତିଗଲା ପରେ କୌଣସି ପଦକ୍ଷେପ ଗ୍ରହଣ କରିବା ପାଇଁ କୌଣସି ସରକାରୀ ଅଧିକାରୀମାନଙ୍କ ଦେଖାଦର୍ଶନ ନାହିଁ । ଯାହାଫଳରେ ପଞ୍ଚାୟତବାସୀ ଜନପ୍ରତିନିଧି ମାନଙ୍କ ଉପରୁ ଆସ୍ଥା ହରାଇ ଅଯୋଗ୍ୟ ଜନପ୍ରତିନିଧି ପାଇଁ ଏପରି ହେଉଥିବା ପଞ୍ଚାୟତରେ ଆଲୋଚନା ହେଉଛି । ତେଣୁ ଆଗକୁ ଦେଖିବାକୁ ବାକିରହିଲା କି ପ୍ରଶାସନ ଓ ଜନ ପ୍ରତିନିଧିଙ୍କର କୁମ୍ଭକର୍ଣ୍ଣ ନିଦ ଭାଙ୍ଗୁଛି କି ନାହିଁ; ବର୍ତ୍ତମାନର ନିର୍ବାଚିତ ପ୍ରତିନିଧି ଓ ସ୍ଥାନୀୟ ପ୍ରଶାସନଙ୍କର ଲୋକଙ୍କ କାମ କରିବାରେ ଆନ୍ତରିକତା ଅଛି ନା ନାହଁ?