ଲାଞ୍ଚୁଆ ହାବିଲଦାର ନିଲମ୍ବନ

ାା ପ୍ରଭାନୁ୍ୟଜ ।ା ନୀଳଗିରି: ଜଣେ ଲାଞ୍ଚଖୋର ହାବିଲଦାରଙ୍କୁ ୨ହଜାର ଟଙ୍କା ଲାଞ୍ଚ ନେଇଥିବା ଘଟଣାରେ ବାଲେଶ୍ୱର ଜିଲ୍ଲା ପୁଲିସ ଅଧିକ୍ଷକ ନିଲମ୍ବନ କରିଛନ୍ତି । ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ବରହମପୁର ଥାନା ଅଧୀନରେ କାର୍ଯ୍ୟରତ ହାବିଲଦାର ଅଞ୍ଜନ ମିଶ୍ର ଏକ ଗୋରୁ ଗାଡ଼ିକୁ ଅଟକାଇ ତା’ ନିକଟରୁ ଅନଲାଇନ୍ରେ ଦୁଇହଜାର ଟଙ୍କା ଗ୍ରହଣ କରିବା ସହିତ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ଏବଂ ଥାନାରେ ପୁରାଇ ଦେବାର ଧମକ ଦେବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାକୁ ଗୁରୁତ୍ୱ ଦେଇ ବାଲେଶ୍ୱର ଏସ୍ପି ସଂପୃକ୍ତ ହାବିଲଦାର ଅଞ୍ଜନ ମିଶ୍ରଙ୍କୁ ନିଲମ୍ବନ କରିଥିବା ଜଣାଯାଇଛି ।