ଥାନରେ ଫୁଲବଗିଚା ଉଦ୍ଘାଟିତ
ନୀଳଗିରି : ନୀଳଗିରି ଥାନା ପରିସରରେ ନୂତନ କରି ଏକ ଫୁଲ ବଗିଚାକୁ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ ଉଦ୍ଘାଟନ କରିଛନ୍ତି । ଏହି ବଗିଚାରେ ବିଭିନ୍ନ ପ୍ରକାରର ବିଭିନ୍ନ ପ୍ରକାରର ଫୁଲଗଛ ଲଗାଯାଇଥିବାରୁ ଏକ ଅନନ୍ୟ ଶୋଭାବର୍ଦ୍ଧନ କରିଛି । ଫଳରେ ଥାନାକୁ ଆସୁଥିବା ଲୋକମାନେ ଏକ ସୁସ୍ଥ ଏବଂ ସୌନ୍ଦର୍ଯ୍ୟମୟ ପରିବେଶର ଅନୁଭୂତି ପାଇପାରିବେ । ଏହି କାର୍ଯ୍ୟକ୍ରମରେ ନୀଳଗିରିର ବହୁମାନ୍ୟଗଣ୍ୟ ଅତିଥିଙ୍କ ସହ ନୀଳଗିରି ଉପଖଣ୍ଡ ପୋଲିସ ଅଧିକ୍ଷକ ପ୍ରମୋଦ କୁମାର ମଲ୍ଲିକ, ଆଇଆଇସି ଗୋବର୍ଦ୍ଧନ ନାୟକଙ୍କ ସମେତ ଅନ୍ୟ ଅଧିକାରୀ ଏବଂ କର୍ମଚାରୀ ପ୍ରମୁଖ ସାମିଲ ହୋଇଥିଲେ ।