ଦୁର୍ଘଟଣାରେ କଲେଜ ଛାତ୍ରୀ ଗୁରୁତର, ବଡ ଡାକ୍ତରଖାନରେ ଚିକିତ୍ସିତ

ଦୁର୍ଘଟଣାରେ କଲେଜ ଛାତ୍ରୀ ଗୁରୁତର, ବଡ ଡାକ୍ତରଖାନରେ ଚିକିତ୍ସିତ


ବୈଶିଙ୍ଗା: ବେତନଟୀ କଲେଜକୁ ପରୀକ୍ଷା ଦେବାକୁ ଆସି ଘରକୁ ଫେରିବା ସମୟରେ ଜନୈକା କଲେଜ ଛାତ୍ରୀ  ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ଚିକିସିତେ ହେଉଥିବା ଜଣାଯାଇଛି । ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ଯୁଗଳ ଛକ ନିକଟରେ ଘଟିଛି ଦୁର୍ଘଟଣା ।  ପ୍ରାପ୍ତ ସୂଚନା ଅନୁଯାଇ ଯୁଗଳ ଉପକଣ୍ଠ ଗୋବିନ୍ଦପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ଝିଅ ପ୍ରଜ୍ଞାପରମିତା ବେତନଟୀ କଲେଜରେ +୩ କଳାର ପ୍ରଥମ ବର୍ଷ ଛାତ୍ରୀ ଥିଲେ । ଆଜି ସେ ପରୀକ୍ଷା ଦେଇସାରି ତାଙ୍କର ୨ ବନ୍ଧୁ ତାରାକୋଟି ଗ୍ରାମର ଗୌତମ କୁମାର ସାହୁ ଓ ଭଣ୍ଡାରୀକୁଲା ଗ୍ରାମର ଯୋଗେଶ୍ୱର ମହାନ୍ତଙ୍କ ସହିତ ଓଡି୧୧ଏଚ-୮୫୧୯ ନଂ ବିଶିଷ୍ଟ ସ୍କୁଟିରେ ଘରକୁ ଫେରୁଥିବା ସମୟରେ କୌଣସି କାରଣ ବଶତଃ ଯୁଗଳ ଛକ ନିକଟରେ ତାଙ୍କ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ପ୍ରଜ୍ଞାପରମିତାଙ୍କର ଗୋଡ଼ରେ ଶକ୍ତ ଆଘାତ ଲାଗି ସେ ଗୁରୁତର ହୋଇ ପଡ଼ିଥିବାବେଳେ ତାଙ୍କର ୨ ବନ୍ଧୁ ତାଙ୍କୁ ବୈଶିଙ୍ଗା ଡାକ୍ତରଖାନାକୁ ନେଇ ଆସିଥିଲେ  । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବାରିପଦା ଡାକ୍ତରଖାନାକୁ ପଠାଯାଇଥିଲା ।