ପିସିଆର ଭ୍ୟାନ ଭଙ୍ଗାରୁଜା ସହ ପୁଲିସକ୍ୁ ଆକ୍ରମଣ ; ୯ ଗିରଫ
ଭୁବନେଶ୍ୱର, ୩୦ା୫ : ବଲ ପାଇଁ ଜଣେ ୧୨ ବର୍ଷର ନାବାଳକଙ୍କୁ ଅନ୍ୟ ଜଣେ ନାବାଳକ ଓ ତାର ବଡ଼ ଭାଇ ଆକ୍ରମଣ କରୁଥିବା ବେଳେ ନାବାଳକଙ୍କ ମାଆ ପିସିଆର ଭ୍ୟାନକୁ ଡାକି ପୁଅକୁ ଉଦ୍ଧାର ସମୟରେ ବସ୍ତିର ୨୦ରୁ ୨୫ ଜଣ ଅସମାଜିକ ଯୁବକ ପୁସିଆର ଭ୍ୟାନକୁ ଅଟକାଇ ଭଙ୍ଗାରୁଜା କରିବା ସହ ପୁଲିସ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ । ଏହି ଘଟଣାରେ ଖଣ୍ଡଗିରି ଥାନା ପୁଲିସ ଉଭୟ ପକ୍ଷରୁ ମାମଲା ରୁଜୁକରି ତଦନ୍ତ ଚଳାଇ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଜଙ୍କିଆ ଥାନା ବଲଢିଅ ଗ୍ରାମର ବବୁଲ ଛାଟୋଇ(୩୨), ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାର ଦିଲ୍ଳୀପ ଗୌଡ(୪୫), ଜଙ୍କିଆର ପଞ୍ଚୁ ଗୌଡ(୨୪), ଗିରିଆ ସାମଲ(୫୦), ଶିଶିର ସାମଲ, (୩୪), ସୁମନ ନାୟକ(୩୫), ସୋମନାଥ ଟୁଡୁ(୧୯), ମିନୁ ସ୍ୱାଇଁ(୪୮), ରାକେଶ କୁମାର ସାହୁ(୨୪) । ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ପୁଲିସକୁ ଆକ୍ରମଣ ଘଟଣାରେ ଏବେ ବି ୧୦ରୁ ଅଧିକ ଅପରାଧୀ ଫେରାର ଥିବାରୁ ସେମାନଙ୍କୁ ମଧ୍ୟ ପୁଲିସ ଗିରଫ କରିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ଅଭିମନୁ୍ୟ ଦାସ ।
ସୂଚନାଯୋଗ୍ୟଯେ, ୨୯ ତାରିଖ ସନ୍ଧ୍ୟାରେ ପିସିଆର ୧୫ର ହାବିଲଦାର ପ୍ରିୟବ୍ରତ ନାୟକ ଓ ତାଙ୍କର ଟିମ ଶିରିପୁର ଫାର୍ମଗେଟ ବସ୍ତି ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ । ସେହି ସମୟରେ ସବିତା ନାମକ ଜଣେ ମହିଳା ତାଙ୍କର ନାବାଳକ ପୁଅକୁ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଗୁରୁତର ଭାବରେ ଆକ୍ରମଣ କରାଯାଉଥିବା ନେଇ ସେ ପିସିଆର ୧୫କୁ ଜଣାଇଥିଲେ । । ସୂଚନା ଅନୁଯାୟୀ ପିସିଆର ତୁରନ୍ତ ଘଟଣା ସ୍ଥଳକୁ ଯାଇଥିଲେ ଓ ସମ୍ପୃକ୍ତ ନାବାଳକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଠା କରିିଥିଲେ । ପିସିଆର ଟିମ ଆହତ ନାବାଳକଙ୍କୁ ଉଦ୍ଧାର କରୁଥିବା ସମୟରେ ନିମ୍ନୋକ୍ତ ଅଭିଯୁକ୍ତ? ମୀନା ସ୍ୱାଇଁଙ୍କ ପ୍ରରୋଚନାରେ ୨୦ରୁ୨୫ ଜଣ ଅସମାଜିକ ଯୁବକ ମାନେ ବିଶୃଙ୍ଖଳା କରିବା ନିମନ୍ତେ ପିସିଆରକୁ ଘେରାଉ କରିଥିଲେ ଓ ପିସିଆର ଟିମଙ୍କୁ ଗାଳି ଗୁଲଜ କରିବା ସହ ଆକ୍ରମଣ କରି ସେମାନଙ୍କୁ ଡୁ୍ୟଟି କରିବାରେ ବାଧା ଦେଇଥିଲେ । ପିସିଆର ଟିମ ଆହତ ହେବା ସତ୍ୱେ ମଧ୍ୟ କୌଶଳ କ୍ରମେ ଆହତ ନାବାଳକକୁ ଅଭିଯୁକ୍ତଙ୍କ କବଳରୁ ନେଇ ଆସୁଥିବା ବେଳେ ସେମାନେ ଅଧିକ ଉତ୍ୟକ୍ତ ହୋଇ ପିସିଆର ଭ୍ୟାନକୁ ଭଙ୍ଗାରୁଜା କରିଥିଲେ ଓ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଏନେଇ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ତଦନ୍ତ କରିବା ସହ ନିମ୍ନୋକ୍ତ ୯ ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି । ବାକି ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ଚଢ଼ାଉ ଜାରି ରଖିଛି ।