ମିଥ୍ୟା ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ କୁକର୍ମ ; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୨୪ା୫ : ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ମିଥ୍ୟା ପ୍ରତିଶ୍ରୁତି ଦେଇ ଅପହରଣ କରି ନାବାଳିକାଙ୍କ ଅନଇଚ୍ଛା ବିରୋଧରେ ତାଙ୍କ ସହିତ ବାରମ୍ବାର କୁକର୍ମ । ଅଭିଯୋଗ ପରେ ପୁଲିସ ୨୩୩ରେ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା, ଶିଖରଚଣ୍ଡୀ ନଗରର ସୋନୁ ବେହେରା । ପରେ ଦଫା ୩୬୩ରୁ ଦଫା ୩୬୩, ୩୬୬, ୩୭୬(୨)(ଏନ୍) ଆଇପିସି ସେକ୍ସନ୬ ପୋସକୋ ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟଯେ, ଅଭିଯୋଗକାରିଣୀ ଜଣଙ୍କ ଇନଫୋସିଟି ଥାନା ଅଞ୍ଚଳରେ ପରିବାର ସହ ରୁହନ୍ତି । ଅଭିଯୁକ୍ତ ଜଣକ ଗତ କିଛିଦିନ ହେବ ଅଭିଯୋଗକାରିଣୀଙ୍କ ନାବାଳିକା କନ୍ୟାକୁ ପ୍ରେମ ଜାଲରେ ଫସାଇ ବିବାହର ମିଥ୍ୟା ପ୍ରଲୋଭନ ଦେଇ ତାଙ୍କୁ ପରିବାର ଲୋକେ ନଥିବା ସମୟରେ ନାବାଳିକାଙ୍କୁ ଅପହରଣ କରି ନେଇ ଫେରାର ହୋଇଯାଇଥିଲା । ପରେ ତାଙ୍କ ଅନଇଚ୍ଛା ବିରୋଧରେ ତାଙ୍କ ସହିତ ବାରମ୍ବାର କୁକର୍ମ କରିଥିଲା । ଅନ୍ୟପଟେ ଘରକୁ ଅଭିଯୋଗକାରିଣୀ ଆସି ଦେଖିଲା ବେଳକୁ ତାଙ୍କ ନାବାଳିକା ଝିଅ ନାହିଁ । ଫଳରେ ତାଙ୍କୁ ବହୁ ଖୋଜା ଖୋଜି ପରେ ଅଭିଯୋଗକାରିଣୀ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇ ୧୯ ତାରିଖ ଦିନ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇଁ ଖୋର୍ଦ୍ଧା ସ୍ଥିତ ମଧୁପୁର ଅଞ୍ଚଳରେ ଚଢ଼ାଉ କରି ନାବାଳିକାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ସେବେଠାରୁ ପୁଲିସ ତଦନ୍ତ ଚଳାଇଥିବା ବେଳେ ଆଜି ତାକୁ ଗିରଫ କରାଯାଇଛି ।