ବିଦ୍ୟାନିକେତନରେ ବାର୍ଷିକ ଉତ୍ସବ ଉଦ୍ୟାପିତ

ସୁକିନ୍ଦା : ଅଞ୍ଚଳର ଅନ୍ୟତମ ଶିକ୍ଷାନୁଷ୍ଠାନ ଭାରତୀୟ ବିଦ୍ୟାନିକେତନର ୨୪ ତମ ବାର୍ଷିକ ଉତ୍ସବ ଶନିବାର ରାତିରେ ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସୁକିନ୍ଦା ରାଜାସାହେବ ଭୁଦେବଭୁପତି ହରିଚନ୍ଦନ ମହାପାତ୍ର, ଇଣ୍ଡିଆନ ରିଜର୍ଭ ବାଟାଲିୟନର ଦୂର୍ଗପତି ୟାକୁବ ଖାନ, ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡ଼ିଶା ସଭାପତି ଡଃ ପ୍ରସନ୍ନ କୁମାର ମହାପାତ୍ର, ପ୍ରାଧ୍ୟାପକ ହିମାଂଶୁ ଶେଖର ଦ୍ୱିବେଦୀ, ଅବସରପ୍ରାପ୍ତ ପ୍ରଫେସର କିଶୋର ଚନ୍ଦ୍ର ଦାସ ଓ ବୈରାଗୀ ଚରଣ ଦ୍ୱିବେଦୀ ଏବଂ  ସିଆରସିସି ଅନିଲ କୁମାର ରଣା ଲବଙ୍ଗଲତା ପରିଡ଼ା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନ ପକ୍ଷରୁ ସୁକିନ୍ଦା ରାଜାସାହେବଙ୍କୁ "ଶିକ୍ଷା ସାରଥୀ", ଅବସରପ୍ରାପ୍ତ ଶିକ୍ଷକ ରାଜକିଶୋର ଦ୍ୱିବେଦୀଙ୍କୁ "ଶିକ୍ଷାନିଧି", ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର କୁମାର ଦାସଙ୍କୁ "ଶିକ୍ଷା ପ୍ରବୀଣ"ସମ୍ମାନରେ ସମ୍ମାନୀତ କରାଯାଇଥିବା ବେଳେ ବିଦ୍ୟାଳୟର ସର୍ବପୁରାତନ ଗୁରୁମା ନୁପୁର ଚକ୍ରବର୍ତୀଙ୍କୁ "ଶିକ୍ଷାସାଥୀ" ଓ ସସ୍ମିତା ଦାସଙ୍କୁ "ବିପଦବନ୍ଧୁ"ସମ୍ମାନରେ ସମ୍ମାନୀତ କରାଯାଇଛି । ପ୍ରାଧ୍ୟାପକ ହିମାଂଶୁ ଶେଖର ଦ୍ୱିବେଦୀ ମଞ୍ଚ ପରିଚାଳନା କରିଥିବା ବେଳେସମ୍ପାଦକ ମନୋରଞ୍ଜନ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ । ସନ୍ଧ୍ୟାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।