ଡକାୟତି ଉଦ୍ୟମ ପଣ୍ଡ, ୫ ଗିରଫ

 ପୁରୀ : ସ୍ଥାନୀୟ ହୋଟେଲ ହଲିଡ଼େ ରିସର୍ଟ ପଛପାଶ୍ୱର୍ରେ ଏକ ନିକାଞ୍ଚନ ସ୍ଥାନରେ ବସି ୫ ଜଣ ଯୁବକ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ସମୁଦ୍ରକୂଳ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚô ସେମାନଙ୍କୁ ଗିରଫ କରିଛି । ଏ ସଂକ୍ରାନ୍ତରେ ବିଏନ୍ଏସ୍ର ୩୧୦(୪), ୩୧୦(୫), ଅସ୍ତ୍ରଶସ୍ତ୍ର ଆଇନର ୨୫(୬) ଧାରାରେ ୧୬୨/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତମାନେ ହେଲେ ଗୌଡ଼ବାଡ଼ ସାହିର ସୁନୀଲ କୁମାର ସାହୁ (୨୫), ଆର, ରାମଚନ୍ଦ୍ର ବେହେରା (୨୬), ପିକେଆରଆଟି କଲେନୀର ପିଣ୍ଟୁ ଥାପ୍ପା (୩୨), ତାଳବଣିଆ ଅଞ୍ଚଳର ବିଶାଳ ନାୟକ (୨୪) ଓ ରେଲୱେ କଲୋନୀର ବାବୁଲି ନାୟକ (୨୪) । ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ଗୋଟିଏ କଟୁରୀ, ଗୋଟିଏ ଲୁହାଛଡ଼, ଗୋଟିଏ ଛୁରୀ, ଗୋଟିଏ ପ୍ଲାସ୍, କିଛି ଲଙ୍କାଗୁଣ୍ଡ, ବିଅର ବୋତଲ ଆଦି ଜବତ କରିଛି  ।