ହାତୀ ଆକ୍ରମଣରେ ମହିଳା ମୃତ ବର୍ତ୍ତିଗଲା ବର୍ଷକର ଶିଶୁ

ହାତୀ ଆକ୍ରମଣରେ ମହିଳା ମୃତ ବର୍ତ୍ତିଗଲା ବର୍ଷକର ଶିଶୁ

ବିଶୋଇ: ଯୋଡିଆ ଗ୍ରାମପଞ୍ଚାୟତ ଅଧିନ ଗାରଗାଡ଼ି ଗ୍ରାମ ସ୍ଥିତ ଜାହିରା ଡୁଙ୍ଗୁରିରେ ହାତୀ ଆକ୍ରମଣରେ ମହିଳାଙ୍କର ମୃତୁ୍ୟ ଘଟିଛି  । ମୃତକ ମହିଳା ଜଣକ ହେଲେ ଲୁହାକାନି ଗ୍ରାମପଞ୍ଚାୟତ ଅଧୀନ କାଶୀପେଣ୍ଟ ଗାଁରେ ବାହା ହୋଇଥିବା ଚାରମାଇ ନାଏକ  । ସେ ଦୀର୍ଘ ଦିନ ଧରି ବାପ ଘର ଗାରଗାଡ଼ି ଗାଁରେ ରହି ଆସୁଥିଲେ  । ପୂର୍ବାହ୍ନରେ ସେ ପତ୍ର ବାନ୍ଧିବା ପାଇଁ ଶିଆଳି ନଟି ନେବାକୁ ଜଙ୍ଗଲକୁ ଆସିଥିବା ବେଳେ ହାତୀ ହାବୁଡରେ ପଡ଼ିଥିଲେ  । ତେବେ ମୃତକ ମହିଳା ସଙ୍ଗେ ତାଙ୍କର ୧ ବର୍ଷିଆ ଶିଶୁ ଥିଲା ବେଳେ ଶିଶୁର କୌଣସି କ୍ଷତି ହୋଇନି  । ମହିଳାଙ୍କ ଘଟଣା ସ୍ଥଳରେ ମୃତୁ୍ୟ ଘଟିଛି  । ଶିଶୁକୁ ଗ୍ରାମବାସୀ ଘଟଣା ସ୍ଥଳରୁ ଉଦ୍ଧାର କରି ବନବିଭାଗକୁ ଖବର ଦେଇଥିଲେ  । ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ କରୁଛି ।