ଭିଜିଲାନ୍ସ ଜାଲରେ ବାଙ୍କୋଇ ଫାଣ୍ଡି ଅଧିକାରୀ ଓ ଗୃହରକ୍ଷୀ
ାା ସ୍ୱତନ୍ତ୍ର ପ୍ରତିନିଧି ଗୋବିନ୍ଦ୍ର ଚନ୍ଦ୍ର ପଣ୍ଡା ।ା ଖୋର୍ଦ୍ଧା ଭିଜିଲାନ୍ସ ଜାଲରେ ବାଙ୍କୋଇ ଫାଣ୍ଡି ଏଏସଆଇ ଓ ହୋମଗାର୍ଡ । ଲାଞ୍ଚ ନେଇ ଧାରାପଡିଲେ ଏଏସଆଇ ତୁଷାର ନାୟକ ଓ ହୋମଗାର୍ଡ ପିକେ ସୁନ୍ଦରାୟ । ଏକ କେସ ଡାଇରୀରୁ ନା ହଟାଇବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ଟିମ । ତୁଷାରଙ୍କ ବାଙ୍କୋଇ ଠାରେ ରହୁଥିବା ଘରେ ଭିଜିଲାନ୍ସ ଟିମ କରୁଛି ଯାଞ୍ଚ । ଉଭୟଙ୍କୁ ଭିଜିଲାନ୍ସ ଖୋର୍ଦ୍ଧା ପରେ ଭୁବନେଶ୍ୱରକୁ ନେଇ ଯାଇଛି । ଭିଜିଲାନ୍ସ ଡିଏସପି ଏହି ସୂଚନା ଦେଇଛନ୍ତି । ଶୁକ୍ରବାର ରାତି ପ୍ରାୟ ସାଢେ ୧୧ଟା ସମୟରେ ଥାନାରେ ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଟିମ ତାଙ୍କୁ କାବୁ କରିଥିଲା । ପ୍ରକାଶ ତୁଷାର ନିକଟରେ ଉଲ୍ଲେଖନୀୟ ସେବା ପାଇଁ ଜିଲା ପୁଲିସ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିଲେ ।