୮ବର୍ଷରେ ସାପ କାମୁଡ଼ାରେ ଗଲାଣି ୧୭୭ ଜୀବନ

ାା ପ୍ରଭାନୁ୍ୟଜ ।ା ଢେଙ୍କାନାଳ : ଢେଙ୍କାନାଳ ଆୱାର୍ଡ ପରିବାର ପକ୍ଷରୁ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଢେଙ୍କାନାଳ ପୌରପାଳିବା କାର୍ଯ୍ୟାଳୟରେ ସାପ ଓ ସାପ କାମୁଡ଼ା ସଚେତନ ଶିବିରର ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲା ଜରୁରୀକାଳୀନ ବିଭାଗର ବିପର୍ଯ୍ୟୟ ବିପଦ ହ୍ରାସ ପରାମର୍ଶ ଅଧିକାରିଣୀ ସଙ୍ଗୀତା ଦାଶ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କହିଲେ ଯେ, ସାପ କାମୁଡ଼ା ଏକ ପ୍ରାକୃତିକ ବିପର୍ଯ୍ୟୟ । ଢେଙ୍କାନାଳ ଜିଲ୍ଲାରେ ସାପ କାମୁଡା ଜନିତ ମୃତୁ୍ୟହାର ଚିନ୍ତାଜନକ । ୮ବର୍ଷ ମଧ୍ୟରେ ୧୭୭ଜଣ ସାପ କାମୁଡ଼ାରେ ମୃତୁ୍ୟବରଣ କରିଥିବାବେଳେ ୭କୋଟି ୮୦ହଜାର ଟଙ୍କା କ୍ଷତି ପୂରଣ ପ୍ରଦାନ କରାଯାଇଛି । ୨୦୧୭, ୨୦୧୮, ଓ ୨୦୧୯ ମସିହାରେ ୨ଜଣ ଲେଖାଏଁ, ୨୦୨୦ ମସିହାରେ ୪୯ ଜଣ, ୨୦୨୧ମସିହାରେ ୫୪ ଜଣ, ୨୦୨୨ମସିହାରେ ୪୫ ଜଣ, ୨୦୨୩ ମସିହାରେ ୨୩ ଜଣ ଏବଂ ଏବଂ ୨୦୨୪ର ଅଦ୍ୟାବଧି ଜଣଙ୍କର ସାପ କାମୁଡାରେ ମୃତୁ୍ୟ ହୋଇଛି । ଶିଶୁ ଠାରୁ ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ଯଦି କେହି ସାପ କାମୁଡାରେ ମୃତୁ୍ୟବରଣ କରନ୍ତି, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ମିଳୁଥିବାବେଳେ ୬୦ ପ୍ରତିଶତରୁ ଊଦ୍ଧ୍ୱର୍ ଅଙ୍ଗ ପ୍ରତ୍ୟଙ୍ଗ ନଷ୍ଟ ହୋଇଥିଲେ ୨ଲକ୍ଷ ଟଙ୍କା, ୬୦ପ୍ରତିଶତରୁ କମ୍ ଅଙ୍ଗ ପ୍ରତ୍ୟଙ୍ଗ ନଷ୍ଟ ହୋଇଥିଲେ ୯୦ ହଜାର ଟଙ୍କା, ୭ଦିନରୁ ଅଧିକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କୁ ୧୨ ହଜାର ଟଙ୍କା ଏବଂ ୭ଦିନରୁ କମ୍ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କୁ ୧ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରାଯାଉଛି । ରାଜ୍ୟ ସରକାରଙ୍କ ଦ୍ୱାରା ‘ସତର୍କ ’ ଆପ୍ ମାଧ୍ୟମରେ ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ସମସ୍ତ ସୂଚନା ପ୍ରଦାନ କରାଯାଉଛି । ଶ୍ରୀମତି ଦାଶ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ସର୍ତକକୁ ଡାଉନ୍ଲୋଡ୍ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ସଚେତନ ଶିବିରର ଉଦ୍ଘାଟନ ଉତ୍ସବରେ ପରିବାରର ସଂପାଦକ ରାଜେନ୍ଦ୍ର ପ୍ରସାଦ ପାଣିଗ୍ରାହୀ ସଂଶୋଧନ ବ୍ୟକ୍ତି ଭାବରେ ଯୋଗ ଦେଇ କହିଲେ ଯେ ଢେଙ୍କାନାଳ ଜିଲ୍ଲା ଏକ ସାପ ପ୍ରବଣ ଜିଲ୍ଲା । ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ସାପ ଦେଖାଯାଆନ୍ତି । ଢେଙ୍କାନାଳ ଜିଲ୍ଲାରେ ୯୨ପ୍ରଜାତିର ସାପ ଦେଖାଯାଇଥିବାବେଳେ ମାତ୍ର ୮ପ୍ରଜାତିର ସାପ ବିଷାକ୍ତ । ସାପମାନେ ଘରମୁହାଁ କାରଣରୁ ସାପ କାମୁଡ଼ା ଦୁର୍ଘଟଣା ଘଟୁଛି । ଦୁର୍ଘଟଣାର ଶୀକାର ହେଉଥିବା କିଛି ବ୍ୟକ୍ତି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ସ୍ୱର୍ଣ୍ଣିମ ସମୟକୁ ନଷ୍ଟ କରୁଥିବାରୁ ମୃତୁ୍ୟମୁଖରେ ପଡୁଛନ୍ତି । ୧୦ବର୍ଷ ମଧ୍ୟରେ ୧୦୦୦ରୁ ଊର୍ଦ୍ଧ୍ୱ ସାପ କାମୁଡ଼ା ବ୍ୟକ୍ତିଙ୍କର ଜୀବନରକ୍ଷା କରିବାରେ ଆୱାର୍ଡ ପରିବାରର ବନ୍ୟଜୀବ ଓ ସାପ ଉଦ୍ଧାରକାରୀ ଦଳର ସଦସ୍ୟମାନେ ସହାୟକ ହୋଇ ପାରିଛନ୍ତି । ଜିଲ୍ଲାର ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ସଚେତନ ଶିବିର ଅନୁଷ୍ଠିତ ହେଉଛି । ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହଯୋଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହାୟତାରେ ଜିଲ୍ଲାକୁ ସାପ କାମୁଡ଼ା ମୃତୁ୍ୟମୁକ୍ତ ଜିଲ୍ଲା ଭାବରେ ପରିଣତ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଢେଙ୍କାନାଳ ପୌରାଞ୍ଚଳ, ବିଜ୍ଞାପିତ ଅଞ୍ଚଳ ପରିଷଦ, ୧୩୨ଟି ଚିହ୍ନଟ ଗ୍ରାମ ପଞ୍ଚାୟତ ସହିତ ସମସ୍ତ ମହାବିଦ୍ୟାଳୟରେ ସଚେତନ ଶିବିର ଆୟୋଜନ କରାଯାଉଛି ବୋଲି ପରିବାରର ସଭାପତି ଗଦାଧର ସାହୁ କହିଛନ୍ତି । ପରିଶେଷରେ ଢେଙ୍କାନାଳ ଜିଲ୍ଲାକୁ ସାପ କାମୁଡ଼ା ମୃତୁ୍ୟ ମୁକ୍ତ ଜିଲ୍ଲାରେ ପରିଣତ କରିବା ନିମନ୍ତେ ଉପସ୍ଥିତ ସମସ୍ତ କର୍ମଚାରୀ ଶପଥ ପାଠ କରିଥିଲେ । ପୌରପାଳିକାର ପରିମଳ ଓ ସ୍ୱାସ୍ଥ୍ୟ ନୀରିକ୍ଷକ ସନ୍ତୋଷ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି ସଚେତନ ବାର୍ତ୍ତାକୁ ୱାର୍ଡର ସମସ୍ତ ଅଧିବାସୀମାନଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ପୌରପାଳିକାର ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ଅନୁରୋଧ କରିଥିଲେ । ଏବଂ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପୌରପାଳିକାର କର୍ମଚାରୀ ଏବଂ ପରିବାରର ବନ୍ୟଜୀବ ଓ ସାପ ଉଦ୍ଧାରକାରୀ ଦଳର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।