ଟ୍ରକ ଓ ପିକ ଅପ ଧକ୍କା, ୩ ଗୁରୁତର

 ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ତୁମୁରା ଧାନ ମଣ୍ଡି ନିକଟସ୍ଥ ବିଜୁ ଏକ୍ସପ୍ରେସ ଫୋର୍ୱେ ଠାରେ ଏକ କୁକୁଡ଼ା ବୋଝେଇ ପିକ୍କପ ଗାଡ଼ିକୁ ଏକ ଟ୍ରକ ପଛପଟୁ  ଧକ୍କା ଦେଇଥିବା ଦେଖିବାକୁ ମିଳିଛି   । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି  ତିନି ଜଣ  ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି ଧର୍ମଗଡ ଉପଖଣ୍ଡ ଚିକିସôାଳୟକୁ ପଠାଇ ଥିବା ଜଣାପଡିଛି । ସୂଚନା କ୍ରମେ ସକାଳ ୫ ଘଟିକା ସମୟରେ କୁକୁଡ଼ା ବୋଝେଇ ଗାଡ଼ି ନୂଆପଡ଼ା ଜିଲ୍ଲାରୁ ନବରଙ୍ଗପୁର ଜିଲ୍ଲା ଅଭିମୁଖେ ଯାଉଥିବା ବେଳେ ସମାନ ରାସ୍ତାରେ ଯାଉଥିବା ଏକ କପଡା ବୋଝେଇ ଟ୍ରକଟି  ଛତିଶଗଡ଼ ରାଇପୁର ଠାରୁ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅଭିମୁଖେ ଯାଉଥିବା  ସମୟରେ ତୁମୂରା ଧାନ ମଣ୍ଡି ନିକଟସ୍ଥ ବିଜୁ ଏକ୍ସପ୍ରେସ ଫୋର୍ୱେ ଠାରେ ପଛପଟୁ ଧକ୍କା ଦେଇଥିଲା  । ଯାହା ଫଳରେ ଉଭୟ ଦୁଇଟି ଗାଡ଼ି ଓଲଟିପଡ଼ିଯାଇଥିଲା  । ଟ୍ରକ ଚାଳକ ଅଳ୍ପକେ ମୃତୁ୍ୟ ମୁଖରୁ ବର୍ତ୍ତି ଯାଇଛି  । ଘଟଣା ସ୍ଥଳରେ ଗୋଲାମୁଣ୍ଡା ପୁଲିସ ପହଞ୍ଚି ତଦନ୍ତ ଜାରି ରଖଛି  । ସ୍ଥାନୀୟ ଲୋକେ ପୁଲିସ ଉପସ୍ଥିତିରେ କୁକୁଡ଼ା ଗୋଟାଇ ନେଉଥିବା ଭିଡିଓ ଭାଇରେଲ ହେବାରେ ଦେଖିବାକୁ ମିଳିଥିଲା  ।