ନାହିଁ ଶବଦାହ ଗୃହ; ରାସ୍ତା କଡ଼ ପାଲଟିଛି ଶଶ୍ମାନ 

ନାହିଁ ଶବଦାହ ଗୃହ; ରାସ୍ତା କଡ଼ ପାଲଟିଛି ଶଶ୍ମାନ 


 କବାଟବନ୍ଧ: ରାଜ୍ୟସରକାର ଶବଦାହ ପାଇଁ ଶବଦାହ ଗୃହ ନିର୍ମାଣ କରୁଛନ୍ତି । କିନ୍ତୁ ଏଭଳି ଗାଁ ରହିଛି, ଯେଉଁଠି ଶବଦାହ ଗୃହ ନଥିବାରୁ ଲୋକେ ରାସ୍ତାକଡ଼କୁ ଶଶ୍ମାନ ଭାବେ ବ୍ୟବହାର କରୁଛନ୍ତି । ଏଭଳି ଦୃଶ୍ୟ ଧର୍ମଶାଳା ବ୍ଲକ ଅନ୍ତର୍ଗତ ତାଳଜଙ୍ଗ ପଞ୍ଚାୟତରେ ଦେଖିବାକୁ ମିଳିଛି । ତାଳଜଙ୍ଗ ୩ଗୋଟି ୱାର୍ଡରୁ କାହାରପରଲୋକ ଘଟିଲେ ପରିବାର ରାସ୍ତାକଡ଼େ ସକôାର କରିଥାନ୍ତି । ପୂର୍ବରୁ ଯେଉଁ ସ୍ଥାନରେ ଲୋକେ ଶବଦାହ କରୁଥିଲେ ସେହି ସ୍ଥାନଟି ଅନାବନା ଜଙ୍ଗଲ ସୃଷ୍ଟି ହୋଇଯାଇଛି । ଯେଉଁଠିକି ଶବ ଦାହକରିବା ସମ୍ଭବ ନୁହେଁ । ୩,୪ଏବଂ ୫ନମ୍ବର ୱାର୍ଡର ଯଦି କେହି ମୃତୁ୍ୟ ବରଣ କରନ୍ତି ତେବେ ରାସ୍ତା କଡ଼େ ଶବଦାହ କରିବାକୁ ବାଧ୍ୟ ହେଉଛନ୍ତି । ସ୍କୁଲ ଛାତ୍ରଛାତ୍ରୀ, ସାଧାରଣ ଲୋକ ରାସ୍ତା ଉପରେ ଯାତାୟାତ କରୁଥିବା ସମୟରେ ଏଭଳି କରାଯାଉଥିବାରୁ ଅନେକ ନାପସନ୍ଦ କରିଛନ୍ତି । ୱାର୍ଡରେ ଶବଦାହ ଗୃହ ନିର୍ମାଣ ହେଲେ ରାସ୍ତାକଡ଼କୁ ଶ୍ମଶାନ ଭାବେ ଉପଯୋଗ କରିବାରୁ ଲୋକେ କ୍ଷାନ୍ତ ରହନ୍ତେ । ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରାଯାଇଛି ।