ରାମଚରିତ ମାନସ ଶୁଭାରମ୍ଭ

ରାମଚରିତ ମାନସ ଶୁଭାରମ୍ଭ


ପାଣିକୋଇଲି: କୋରେଇ ବ୍ଲକ ଧନପୁର ଗ୍ରାମରେ ରାମଚରିତ ମାନସ ଆରମ୍ଭ ହୋଇଛି । ସକାଳୁ ଶତାଧିକ ଭକ୍ତଙ୍କ ଗହଣରେ ନାମ ସଂକୀର୍ତନ ସହ ଶଙ୍ଖ, ହୁଳହୁଳି ସହିତ କଳସ ଶୋଭାଯାତ୍ରାରେ ବୈତରଣୀ ନଦୀ ଲିଙ୍ଗେଶ୍ୱର ଘାଟରୁ ଘଟ ପୂଜା କରିଥିଲେ । କଳସ ଶୋଭାଯାତ୍ରାରେ ଆସି ସତ୍ୟନାରାୟଣ ମନ୍ଦିରରେ ପହଞ୍ଚି ରାମ ଚରିତ ମାନସ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ୯ ଦିନ ଧରି ଚାଲିବାକୁ ଥିବାବେଳେ ପ୍ରତ୍ୟେକ ଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବ୍ୟାସଜୀ ମହାରାଜା ରଘୁନାଥ ମିଶ୍ରଙ୍କ ଦ୍ୱାରା ପାରାୟଣ ପାଠ, ପ୍ରବଚକଙ୍କ ଦ୍ୱାରା ପ୍ରବଚନ କରାଯିବ । ଯଜ୍ଞକର୍ତା ଭାବେ ଯୁଧୁଷ୍ଠିର ସାହୁ, ଶ୍ରୀଧର ସ୍ୱାଇଁ, ଦୟାନିଧ୍ ସ୍ୱାଇଁ, ବଂଶୀଧର ବେହେରା, ଅଶୋକ ମହାରଣା, ଅମୂଲ୍ୟ ସାହୁ, ଉପେନ୍ଦ୍ର ସାହୁ ରହିଥିବା ବେଳେ ଧନପୁର ଗ୍ରାମବାସୀଙ୍କ ସହଯୋଗରେ ଯୋଗାଇ ଦେଇଛନ୍ତି । ରବିନନା, ମଧୁନାନା ଓ ପ୍ରଶନ୍ନ ନନାଙ୍କ ଉପସ୍ଥିତିରେ ପୂଜା କାର୍ଯ୍ୟ କରାଯାଉଛି । ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ପ୍ରବଚନ କାର୍ଯ୍ୟକ୍ରମ ରହିଛି । ଗ୍ରାମର ପଞ୍ଚାନନ ବେହେରା, ରବୀନ୍ଦ୍ର ମାଝୀ,ପ୍ରଶାନ୍ତ ସାହୁ,କୃଷ୍ଣଚନ୍ଦ୍ର ସାହୁ, ନିତ୍ୟାନନ୍ଦ ବିଶ୍ୱାଳ, ଆଖୟ ସାହୁ, ଦିଲୀପ ଓଝା, ନାରାୟଣ ସାହୁ, ବିଷ୍ଣୁ ବେହେରାଙ୍କ ସହ ଗ୍ରାମବାସୀ ମିଶି ସୁଚାରୁରୂପେ ତୁଲାଉଛନ୍ତି ।