ଗାଡ଼ି ଯୋଗାଇ ଦେଉ ନାହାନ୍ତି ମିଲର ମଣ୍ଡିରେ ପଡି ରହିଛି ଧାନ

ଗାଡ଼ି ଯୋଗାଇ ଦେଉ ନାହାନ୍ତି ମିଲର ମଣ୍ଡିରେ ପଡି ରହିଛି ଧାନ

ଚଣ୍ଡିଖୋଲ : ସରକାର ଚାଷୀର ଉତ୍ପାଦିତ ଶସ୍ୟକୁ ମଣ୍ଡି ମାଧ୍ୟମରେ ସହଜରେ ବିକ୍ରି ପାଇଁ ସମସ୍ତ ସୁବିଧା ସୁଯୋଗ ସୃଷ୍ଟି କରିଛନ୍ତି । ଶ୍ରମିକ ସମସ୍ୟା ଓ ପରିବହନ ଆଉ ଏକ ସମସ୍ୟା ହୋଇ ଏବେ ଚାଷୀଙ୍କ ଆଗରେ ଛିଡ଼ା ହୋଇଛି । ବହୁ ସ୍ଥାନରେ ବିଳମ୍ବରେ ମଣ୍ଡି ଖୋଲିଥିବାରୁ ଚାଷୀମାନେ ସେମାନଙ୍କ ଉତ୍ପାଦିତ ଧାନକୁ ମଣ୍ଡି ଆଗରେ ଥୋଇ ଦିନରାତି ଜଗି ରହିଛନ୍ତି । ମିଲର ମଣ୍ଡି ଗୁଡିକୁ ପର୍ଯ୍ୟାପ୍ତ ଗାଡି ଯୋଗାଉ ନଥିବାରୁ ଧାନ ଗୁଡିକ ଚାରିରୁ ପାଂଚ ଦିନ ଖରା ଓ କାକରରେ ପଡିରହିବା ଦେଖିବାକୁ ମିଳିଛି । ଫଳରେ ଚାଷୀ ନାନାଦି ଅସୁବିଧାର ସମ୍ମୁଖିନ ହେଉଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ବଡ଼ଚଣା ବ୍ଲକ ଅଂଚଳରେ । ବ୍ଲକର ଛତିଆ ସେବା ସମବାୟ ସମିତି ଆଗରେ ଶହଶହ ବସ୍ତା ଧାନ ପଡିରହିଥିବା ବେଳେ ମିଲର ମାନଙ୍କ ଦେଖାମିଳୁନି । ଅବଧି ପୁରିବାକୁ ଆଉ ଅଳ୍ପ କେତେ ଦିନ ଥିବା ବେଳେ ନିଜର ଧାନର ବିକ୍ରି ପାଇଁ ଏବେ ଚିନ୍ତାରେ ଚାଷୀ । ଏନେଇ ଛତିଆ ସେବା ସମବାୟ ଅଧିନର ଚାଷୀ ବିଧାନ ସାମନ୍ତରାୟ, ଲଷ୍ମୀଧର ବେହେରା, କୁଳମଣି ବିଶ୍ୱାଳ, କୈଳାଶ ସ୍ୱାଇଁ, ବିପିନ ବିହାରୀ ବେହେରା, ଅରକ୍ଷିତ ସାମନ୍ତରାୟ ଓ କ୍ରୟ କମିଟି ସଭ୍ୟ ଲଷ୍ମୀଧର ସାହୁ ପ୍ରମୁଖ ଅଭିଯୋଗ କରିବା ସହିତ ଜିଲାପାଳ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।