ସ୍ୱତନ୍ତ୍ର ଟିମର ଯାନବାହନ ଯାଞ୍ଚ

ସ୍ୱତନ୍ତ୍ର ଟିମର ଯାନବାହନ ଯାଞ୍ଚ


 ପାଣିକୋଇଲି : ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ  ଓ ନିରପେକ୍ଷ କରିବାରୁ ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମ ଜାରି ରହିଛି । ପୁଲିସ ପକ୍ଷରୁ ପ୍ଲାଗ ମାର୍ଚ୍ଚ ପରେ ଏବେ ଫ୍ଲାଇଁ ସ୍କାର୍ଡ ପକ୍ଷରୁ ଗାଡି ମଟର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ବ୍ଲକ ଏମଆଇ ପ୍ରଶାନ୍ତ କୁମାର ନାୟକଙ୍କ ନେତୃତ୍ୱରେ ଏକ ଟିମ ପାଣିକୋଇଲି ରଗଡି ପୂର୍ତ ବିଭାଗ ରାସ୍ତାରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି । ରାସ୍ତାରେ ଯାତାୟତ କରୁଥିବା ସମସ୍ତ ବାଇକ ଓ ଗାଡି ଗୁଡିକୁ ଯାଞ୍ଚ ଜାରି ରଖିଛି । ଗଢା ଯାଇଥିବା ସ୍ୱତନ୍ତ୍ର ଟିମ ପାଣିକୋଇଲି ରଗଡି ରାସ୍ତାରେ ପାଣିକୋଇଲିର ଅନତୀ ଦୂରରେ ଏହି ଯାଞ୍ଚ ପ୍ରକ୍ରିୟା ଜାରି ରଖିଥିବା ଦେଖିବାକୁ ମିଳିଛି । ହେଲେ ଏହି ଯାଞ୍ଚ ଦେଖି ସାଧାରଣରେ ଭୟ ଆଶଙ୍କା ବୃଦ୍ଧି ପାଇବା ଦେଖିବାକୁ ମିଳିଛି । ଅପରପକ୍ଷେ ପାଣିକୋଇଲି ପୁଲିସ ଓ ସ୍ୱତନ୍ତ୍ର ଟିମର ଏଭଳି ଯାଞ୍ଚ ପ୍ରକି୍ରିୟାକୁ ସାଧାରଣରେ ସ୍ୱାଗତ କରାଯାଇଛି ।