ଅଟୋକୁ ଧକ୍କା ଦେଲା ହାଇୱା; ୮ ଆହତ
ଆନନ୍ଦପୁର : କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ ଶାଳପଡା ସମ୍ମୁଖରେ ଏକ ଯାତ୍ରୀବାହୀ ଅଟୋକୁ ହାଇୱା ଧକ୍କାଦେବାରୁ ୮ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣ ଗୁୁରୁତର ଅଛନ୍ତି । ସୂଚନା ଅନୁଯାୟୀ ଆନନ୍ଦପୁର ବ୍ଳକ ବାରିଗାଁର ଏକ ସ୍ୱୟଂ ସହାୟକ ଗୋଷ୍ଠୀର ୮ଜଣ ମହିଳା ବ୍ୟାଙ୍କ କାମ ସାରି ଫେରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ହାଇୱା ଧକ୍କା ଦେଇ ଫେରାର ହୋଇଯାଇଥିଲା । ଧକ୍କାରେ ଅଟୋଟି ରାସ୍ତା ପାର୍ଶ୍ୱକୁ ଛିଟିକି ପଡିଥିଲା । ଖବରପାଇ ଘସିପୁରା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ଆହତଙ୍କୁ ଉଦ୍ଧାର କରି ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଡ୍ରାଇଭରଙ୍କ ସମେତ ଅଟୋରେ ଥିବା ୮ଜଣଙ୍କ ମଧ୍ୟରୁ ୨ଜଣ ଗୁରୁତର ଥିବାରୁ ଚିକିସôିତ ହେଉଛନ୍ତି । ଅଟୋଟି ରଙ୍ଗ ସାଇଡରେ ଆସୁଥିବା ଯୋଗୁଁ ଦୁର୍ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି ।