ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ କାର୍ଯ୍ୟ ସମୀକ୍ଷା

ଯାଜପୁର: ମଙ୍ଗଳବାର ସନ୍ଧ୍ୟାରେ ଯାଜପୁର ଜିଲା ପାଇଁ ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ କାର୍ଯ୍ୟ ସମୀକ୍ଷା ହୋଇଛି । ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଓ ୮ ଲୋକସଭା ଆସନ ରିଟର୍ଣ୍ଣୀଙ୍ଗ ଅଧିକାରୀଙ୍କ ଉପସ୍ଥିତିରେ ସମୀକ୍ଷା ହୋଇଛି । ଲୋକସଭା ଆସନ ପାଇଁ ଏଭିଟି ଭାରତ ଭୂଷଣ ଆଇଆରଏସଙ୍କୁ, ଯାଜପୁର ବିଧାନସଭା ଆସନ, କୋରେଇ, ସୁକିନ୍ଦା ବିଧାନସଭା ଆସନ ନିମନ୍ତେ ଅଭିଷେକ କୁମାର, ଆଇଆରଏସଙ୍କୁ ଏବଂ ବିଞ୍ଝାରପୁର, ବରୀ, ବଡ଼ଚଣା ଓ ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଅମିତ୍ ପ୍ରତାପ ସିଂଙ୍କୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିର୍ବାଚନ କମିଶନ ନିଯୁକ୍ତି କରିଛନ୍ତି । ପ୍ରତ୍ୟେକ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସେମାନଙ୍କ ଅଧୀନ ସରକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଠାରୁ ନିର୍ବାଚନ କମିଶନଙ୍କ ନିଦେ୍ର୍ଦଶ କ୍ରମେ ଫୋଲ୍ଡର ରେଜିଷ୍ଟର ଏବଂ ସାଡୋ ରେଜିଷ୍ଟରରେ ଦୈନନ୍ଦିନ ଖର୍ଚ୍ଚ ଲିପିବଦ୍ଧ କରିବା । ଭିଏସଟିଟିମ୍ସି ଭିଜିଲ୍, ଏସଏସଟି, ଭିଭିଟି ଆଦି ଟିମ୍ ଏବଂ ପ୍ରାର୍ଥୀ/ପ୍ରତିନିଧି ମାନଙ୍କ ସହ ସମନ୍ୱୟ ରକ୍ଷା କରି ପ୍ରକୃତ ଖର୍ଚ୍ଚକୁ ଲିପିବଦ୍ଧ କରି ସଂପୃକ୍ତ ନିର୍ବାଚନମଣ୍ଡଳୀ ପାଇଁ ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ନିକଟରେ ରେଜିଷ୍ଟର ଉପସ୍ଥାପନା କରିବା ଦିଗରେ ନିଦେ୍ର୍ଦଶ ଦେଇଥିଲେ । ସେହିପରି ଷ୍ଟାର ପ୍ରଚାରକଙ୍କ ଖର୍ଚ୍ଚକୁ ନିର୍ବାଚନ କମିଶନଙ୍କ ନିଦେ୍ର୍ଦଶ ମତେ ରାଜନୈତିକ ଦଳ/ପ୍ରାର୍ଥୀଙ୍କ ଖର୍ଚ୍ଚ ରେଜିଷ୍ଟରରେ ଲିପିବଦ୍ଧ କରିବା ଦିଗରେ ନିଦେ୍ର୍ଦଶ ଦେଇଥିଲେ । ସର୍ବୋପରି ସମସ୍ତ ଟିମ୍ ମାନଙ୍କ ସହ ଏକ ଉତମ ସମନ୍ୱୟ ରକ୍ଷାକରି ନିର୍ବାଚନ କମିଶନଙ୍କ ନିଦେ୍ର୍ଦଶ କ୍ରମେ ସମସ୍ତ ଦାଇତ୍ୱ ସମ୍ପାଦନ କରିବା ନିମନ୍ତେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ଅତିରିକ୍ତ ଜିଲାପାଳ, ନବକ୍ରିଷ୍ଣ ଜେନା, ଲଙ୍କେଶ୍ୱର୍ ଅମାତ, ସିଡିଓ ଏବଂ ଇଓ, ଜିଲାପରିଷଦ ଅଶୋକ କୁମାର ବେହୂରୀଆ, ଉପଜିଲାଳ ଅଂଶୁମାନ ଶତପଥୀ, ଅତିରିକ୍ତ ଉପ ଜିଲାପାଳ ମନୋରମା ଜାଲି, ଡେପୁଟି କଲେକ୍ଟର ନିର୍ବାଚନ, ରଶ୍ମିରଞ୍ଜନ ମଲ୍ଲିକ, ଡେପୁଟି କଲେକ୍ଟର ଶାଶ୍ୱତୀ ସାଦୁଆଲ, ସମସ୍ତ ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ, ବିଡିଓ ଏବଂ ତହସିଲଦାର ଯୋଗଦେଇଥିଲେ ।