ଅଟକିଛି ବନେ୍ଦାବସ୍ତ; ଚିନ୍ତାରେ ବିଞ୍ଝାରପୁରବାସୀ
ାା ପ୍ରଭାନୁ୍ୟଜ୍ ।ା ସିଂହପୁର: ବିଞ୍ଝାରପୁର ତହସିଲର ୧୧୫ଟି ମୋଟ ରାଜସ୍ୱ ଗ୍ରାମରୁ ୭୭ଟି ରାଜସ୍ୱଗ୍ରାମ ଫଇସଲା ଥିବା ବେଳେ ୩୮ ରାଜସ୍ୱ ଗ୍ରାମ ଅଣଫଇସଲା ଅବସ୍ଥାରେ ପଡିରହିଛି । ତକôାଳୀନ ରାଜସ୍ୱମନ୍ତ୍ରୀ ପ୍ରମିଳା ମଲିକ ତା୧୩ା୪ା୨୦୨୩ରେ ବନେ୍ଦାବସ୍ତ କାର୍ଯ୍ୟର ଶୁଭାରମ୍ଭ ଅଳକୁଣ୍ଡ ପଞ୍ଚାୟତରୁ ଆରମ୍ଭ କରିଥିଲେ । ବନେ୍ଦାବସ୍ତିର କାର୍ଯ୍ୟଭାର ଭୁବନେଶ୍ୱର ଏମ୍ଏସ୍ ଜିଓ କଂସଲ୍ଟାନ୍ସି ନାମକ ଏକ ଘରୋଉ ସଂସ୍ଥାକୁ ଦିଆଯାଇଥିଲା । ଉକ୍ତ ଘରୋଇ ସଂସ୍ଥା ବିଞ୍ଝାରପୁର ତହସିଲର କର୍ମଚାରୀ ଓ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କୁ ନେଇ ସର୍ଭେ କାର୍ଯ୍ୟ ଆରମ୍ଭ କରିଥିଲେ । ସର୍ଭେ କାର୍ଯ୍ୟ ଆରମ୍ଭ ହେବାର ଏକ ବର୍ଷ ବିତି ଯାଇଥିଲେ ବି ବନେ୍ଦାବସ୍ତିର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଅଦ୍ୟାବଧି ସମ୍ପୂର୍ଣ ହୋଇ ପାରିନି । ଏଣୁ ଦ୍ୱିତୀୟ ପର୍ଯ୍ୟାୟ ସର୍ଭେ କେବେ ଆରମ୍ଭ ହବ ତାହା ଜଣାପଡୁନି । ଉକ୍ତ ୩୮ ରାଜସ୍ୱଗ୍ରାମ ଅଣଫଇସଲା ଥିବାରୁ ସେ ଅଞ୍ଚଳର ଲୋକେ ନିଜ ଜମିବାଡି କିଣାବିକା ପରେ ଦୀର୍ଘଦିନ ହବ ମ୍ୟୁଟେସନ୍ ପଟ୍ଟା ପାଇବାରୁ ବଞ୍ଚିତ ହେବା ସହିତ ଅନେକ ଲୋକ ମ୍ୟୁଟେସନ୍ ପଟ୍ଟା ନମିଳିବା ଭୟରେ ଜମିବାଡି କିଣାବିକା କରିବାକୁ ରାଜି ନାହାନ୍ତି । ସୂଚନା ଅଧିକାର ଆଇନ ବଳରେ ପ୍ରାପ୍ତ ତଥ୍ୟ ଅନୁଯାୟୀ ପାଖାପାଖି ୩ ହଜାର ଲୋକ ମୁ୍ୟଟେସନ୍ ପଟ୍ଟା ପାଇବାରୁ ବଞ୍ଚôତ ଅଛନ୍ତି । ଏ ସମ୍ପର୍କରେ ଏମ୍ଏସ୍ ଜିଓ କଂସଲ୍ଟାନ୍ସିର ମୁଖ୍ୟ କୁହନ୍ତି ଯେ ବନେ୍ଦାବସ୍ତି କାର୍ଯ୍ୟକୁ ୪ଟି ଟିମ କରୁଥିବା ବେଳେ ତାଙ୍କୁ ସହଯୋଗ କରିବା ପାଇଁ ବିଞ୍ଝାରପୁର ତହସିଲର ମାତ୍ର ଜଣେ କର୍ମଚାରୀ ନିଯୋଜିତ ଅଛନ୍ତି । ସେଥିପାଇଁ କାର୍ଯ୍ୟ ବିଳମ୍ବ ହେଉଛି । କେବେ ବନେ୍ଦାବସ୍ତି କାର୍ଯ୍ୟ ସମ୍ପୂର୍ଣ ହବ ଓ କେବେ ଓଡିଶା ସରକାରଙ୍କ ଭୁଲେଖ ୱେବସାଇଟରେ ସମ୍ପୂର୍ଣ ତଥ୍ୟ ଉପଲବ୍ଧ ହବ ତାହା ଜଣାପଡ଼ୁନଥିବା ବେଳେ କୌଣସି ନିର୍ଦ୍ଧାରିତ ସମୟ ସୀମା ଏମ୍ଏସ୍ ଜିଓ କଂସଲ୍ଟାନ୍ସିର ମୁଖ୍ୟଙ୍କ ଠାରୁ ସ୍ପଷ୍ଟ ହୋଇପାରିନି ।