କଲବଲ କଲାଣି ତାତି; ପ୍ରବଳ ଖରା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ


 ଆନନ୍ଦପୁର: କଲବଲ କରୁଛି ତାତି. ପ୍ରବଳ ଖରା ଯୋଗୁଁ ଆନନ୍ଦପୁରରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସକାଳ ୮.୩୦ ସୁଦ୍ଧା ସୂର୍ଯ୍ୟଙ୍କ ପ୍ରଚଣ୍ଡ ତାତି ଆରମ୍ଭ ହୋଇଯାଉଛି । ଯଦ୍ୱାରା କି ରାସ୍ତାଘାଟ ଶୂନଶାନ ହୋଇଯାଉଛି । ଗତକାଲି ଦିନରେ ଆନନ୍ଦପୁରର ତାପମାତ୍ରା ୪୩ ଡିଗ୍ରୀ ପାର କରିଥିବା ବେଳେ ଆଜି ମଧ୍ୟ ଦିନର ତାପମାତ୍ରା ୪୩ ଡିଗ୍ରୀ ପାଖା ପାଖି ରହିଛି । ସେହିପରି ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଏବଂ ଝାଞ୍ଜି ପବନ ସାଧାରଣ ଜୀବନଯାତ୍ରାକୁ ପ୍ରବାହିତ କରିଛି । ସେହିପରି ଉପଖଣ୍ଡ ମୁଖ୍ୟାଳୟରେ ଥିବା ବିଭିନ୍ନ କାର୍ଯ୍ୟାଳୟ ଗୁଡିକୁ ଦୂରଦୂରାନ୍ତରୁ ଆସୁଥିବା ଲୋକ ମାନେ କିପରି କାର୍ଯ୍ୟ ସାରି ଶୀଘ୍ର ଘର ମୁହାଁ ହେବେ ସେଥିପାଇଁ ଚେଷ୍ଟା କରୁଛନ୍ତି । ସେହିପରି ପ୍ରବଳ ରୌଦ୍ରତାପରେ ନିଜର ତୃଷ୍ଣା ମେଣ୍ଟାଇବା ପାଇଁ ଲୋକ ମାନେ ମୃଦୁପାନୀୟ ଦୋକାନରେ ଭିଡ଼ ଲଗାଉଛନ୍ତି । ସେହିପରି ଆଗକୁ ଏପରି ତାତି ଯଦି ଲାଗିରହେ ତେବେ ଅଂଶୁଘାତକୁ ଏଡାଇ ଦିଆଯାଇନପାରେ ଏବଂ ଏଥିରୁ ରକ୍ଷା ପାଇବା ପାଇଁ କେବଳ କାଳ ବୈଶାଖୀ  ଏକମାତ୍ର ଭରସା ।