ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୪୦୦ ଡେଇଁଲା

ଭୁବନେଶ୍ୱର: ରାଜ୍ୟରେ ଏବେ ଡରାଉଛି ଡେଙ୍ଗୁ । ଯେଉଁଠି ଦେଖିବେ ସେଠାରେ ମଶା ଭଣ ଭଣ । ତେବେ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୪୦୦ ଡେଇଁଛି । ଖୋର୍ଦ୍ଧା ଓ ସୁନ୍ଦରଗଡ଼ରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ସବୁଠୁ ଅଧିକ । ତେବେ ଡେଙ୍ଗୁ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନୀଳକଣ୍ଠ ମିଶ୍ର କହିଛନ୍ତି ଯେ ଗତକାଲି ସୁଦ୍ଧା ରାଜ୍ୟରେ ମୋଟ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୪୭୧ । କେବଳ ସୁନ୍ଦରଗଡ଼ରୁ ୭୨୭ ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୫୯୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ, ବାଲେଶ୍ୱର ଓ ବଲାଙ୍ଗିରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଉପରେ ରହିଛି । ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ବିଭାଗ ଟିମ ଭିଜିଟ କରିଛନ୍ତି । ଟେଷ୍ଟିଂ ବଢ଼ିଛି ବୋଲି ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନୀଳକଣ୍ଠ ମିଶ୍ର କହିଛନ୍ତି ।