ଜିଲ୍ଲା ପରିଷଦର ସ୍ୱତନ୍ତ୍ର ଅଧିବେଶନ, ୧୩୨୯ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନୁମୋଦନ
ାା ପ୍ରଭାନୁ୍ୟଜ୍ ।ା କେନ୍ଦୁଝର :କେନ୍ଦୁଝର ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ୱତନ୍ତ୍ର ଜିଲ୍ଲା ପରିଷଦ ବୈଠକ ମାଧ୍ୟମରେ କେନ୍ଦୁଝର କନିଷ୍ଠ ଶିକ୍ଷକ (ଯୋଜନା ଭିତ୍ତିକ - ୨୦୨୩ ) ଚୂଡାନ୍ତ ମେଧା ତାଲିକା ଅନୁମୋଦନ ହୋଇଯାଇଛି । ଏହି ବୈଠକରେ ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର,ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ଆନନ୍ଦପୁର ବିଧାୟକ ଅଭିମନୁ୍ୟ ସେଠୀ, ଜÿିଲ୍ଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ ଉପସ୍ଥିତ ଥିବା ବେଳେ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୁଷଣ ଏହି ଅଧିବେଶନର ପରିଚାଳନା କରିଥିଲେ । ଏହି ପରିପ୍ରେକ୍ଷୀରେ, ଜିଲ୍ଲା ଶିକ୍ଷା ଅଧିକାରୀ ଗୌରୀ ନାଏକ କେନ୍ଦୁଝର ଜିଲ୍ଲାରେ ହେବାକୁ ଥିବା କନିଷ୍ଠ ଶିକ୍ଷକ ନିଯୁକ୍ତି ଅନୁମୋଦନର ବ୍ଲକୱାରୀ ସୂଚନା ଉପସ୍ଥାପନ କରିଥିଲେ । ସୂଚନା ଅନୁସାରେ, ଜିଲ୍ଲାରେ ସର୍ବମୋଟ ୧୩୨୯ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଓକାକ କର୍ତୃପକ୍ଷଙ୍କ ଦ୍ୱାରା ଅନୁମୋଦନ ହୋଇସାରିଛି । କଳା (ପ୍ରଥମ ରୁ ପଞ୍ଚମ) ବିଭାଗରେ ୨୮୧ ଜଣ, ବିଜ୍ଞାନ (ପ୍ରଥମରୁ ପଞ୍ଚମ) ବିଭାଗରେ ୪୨୧ ଜଣ, କଳା (ଷଷ୍ଠରୁ ଅଷ୍ଟମ) ୨୬୦ ଜଣ, ବିଜ୍ଞାନ (ଷଷ୍ଠ ରୁ ଅଷ୍ଟମ) ବିଭାଗରେ ୩୬୪ ଜଣ ଓ ଉର୍ଦ୍ଦୁ ରେ ୩ ଜଣ ଶିକ୍ଷକ ନିଯୁକ୍ତି ପାଇବେ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଏହି ବୈଠକରେ ସୂଚନା ଦେଇଥିଲେ । ଏହି ପ୍ରକ୍ରିୟାକୁ ଜିଲ୍ଲା ସ୍ତରରେ କିଭଳି ତ୍ୱରାନ୍ୱିତ କରାଯାଇ ଜିଲ୍ଲାରେ ଶିକ୍ଷାଦାନର ଗୁଣାତ୍ମକ ମାନ ବୃଦ୍ଧି କରାଯିବ ସେ ବିଷୟରେ ସମସ୍ତ ବିଧାୟକ, ଜିଲ୍ଲା ପରିଷଦ ସଭ୍ୟ, ସବିଶେଷ ଆଲୋଚନା କରିଥିଲେ । ଶିକ୍ଷାର ମାନଦଣ୍ଡ ବୃଦ୍ଧି ଏବଂ ଉତ୍ତମ ଶିକ୍ଷା ବ୍ୟବସ୍ଥା ପାଇଁ ସମସ୍ତ ପଦକ୍ଷେପ ନିଆ ଯାଉଛି ବୋଲି ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ନାଗଭୁଷଣ କହିଥିଲେ ।ପରିଶେଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ ସମସ୍ତ ଉପସ୍ଥିତ ଅତିଥି, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ଅଧିକାରୀ ବୃନ୍ଦ ଏବଂ ଲୋକପ୍ରତିନିଧିଙ୍କୁ ବୈଠକରେ ଯୋଗଦାନ କରିଥିବାରୁ ଧନ୍ୟବାଦ ଜ୍ଞାପନ କରିଥିଲେ । ସୂଚନାଯୋଗ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା କେନ୍ଦୁଝର ଜିଲ୍ଲା ପାଇଁ ୧୫୦୫ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରାଯାଇଥିଲା । ଆବେଦନକାରୀ ମାନଙ୍କ ମୂଳ ପ୍ରମାଣପତ୍ର ଓ ମାର୍କ ସିଟ ଚଳିତ ବର୍ଷ ଜାନୁଆରୀ ୨୦ ଓ ୨୧ ତାରିଖରେ କରାଯାଇଥିଲା, ଏଥିରେ ୧୩୨୯ ଜଣ ଯୋଗ୍ୟ ବିବେଚିତ ହେଇଥିଲେ । ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ଓ ଶିକ୍ଷକ ଆବଶ୍ୟକ ଥିବା ବିଦ୍ୟାଳୟର ତାଲିକା ଓକାକକୁ ପ୍ରେରଣ କରାଯାଇଥିଲା । ପ୍ରାର୍ଥୀ ମାନେ ଚୟନ କରିଥିବା ବିଦ୍ୟାଳୟକୁ ନେଇ ଚୂଡାନ୍ତ ତାଲିକା ସ୍ଥିରୀକୃତ କରାଯାଇଥିଲା ।